ମୋ ସରକାରରେ ମିଶିଲା ଏସସି ଓ ଏସଟି ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୨ ବିଭାଗ ହେଲା ସାମିଲ

292

କନକ ବ୍ୟୁରୋ :ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗକୁ ‘ମୋ ସରକାର’ ଅଧିନରେ ସାମିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ  ଲୋକସେବା ଭବନରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସାମିଲ ହୋଇଛି। ଏଣିକି ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ ଲୋକଙ୍କ ସହ ସିଧାସଳଖ କଥା ହେବେ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଗୃହ ଓ ନଗର ଉନ୍ନୟନ ବିଭାଗକୁ ‘ମୋ ସରକାର’ରେ ସାମିଲ କରିଥିଲେ। ସେହିଭଳି ‘ମୋ ସରକାର’ ଆରମ୍ଭ ହେବା ସମୟରେ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିନକୁ ଆଣିଥିଲେ।