ଦାନ୍ତେୱାଡାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ୨ ନକ୍ସଲ ମୃତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ ।

97

କନକ ବ୍ୟୁରୋ : ଆଜି ସକାଳେ ଛତିଶଗଡ ଦାନ୍ତେଓ୍ଵାଡାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହେବାଫଳରେ ସେଠାରେ ଦୁଇଜଣ ନକ୍ସଲଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି । ମୃତ ଦୁଇ ନକ୍ସଲଙ୍କ ଭିତରୁ ଜଣେ ମହିଳା ଥିବା ଜଣାଯାଇଛି । ସେମାନଙ୍କ ପାଖରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ବି ହୋଇଥିବା କୁହାଯାଉଛି ।

ଏସଂପର୍କରେ ଆଇ ଜି ବସ୍ତର ବିବେକାନନ୍ଦ ସୂଚନା ଦେଇ କହିଛନ୍ତି ଯେ ଦାନ୍ତେଓ୍ଵାଡା ଏବଂ ସୁକୁମା ସୀମାନ୍ତରେ ଏହି ଘଟଣା ଘଟିଛି । ଏଥିରେ କେହି ସୁରକ୍ଷା କର୍ମୀ ହତାହତ ହୋଇ ନଥିବାର ବି ସେ ସୂଚନା ଦେଇଛନ୍ତି ।