ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ମାମଲା: କ୍ରାଇମବ୍ରାଞ୍ଚ ଗଠନ କଲା ଆଉ ୨ ଟିମ୍

4,218

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ମାମଲା । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଗଠନ କଲା ଆଉ ୨ ଟିମ । ମନ୍ତ୍ରୀଙ୍କ ଗାଡିକୁ ସାଇଣ୍ଟିଫିକ ଓ ବାଲିଷ୍ଟିକ ଟିମ କରିବେ ଯାଞ୍ଚ । ମିଳିଥିବା ସିସିଟିଭି ଫୁଟେଜକୁ କରାଯାଉଛି ଯାଞ୍ଚ । ତଦନ୍ତ ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଆଜି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଝାରସୁଗୁଡା ଏସପି ଓ ବ୍ରଜରାଜନଗର ଏସଡିପିଓଙ୍କୁ ବଦଳି କରାଯାଇଛି । ସେପଟେ ଅଭିଯୁକ୍ତ ଗୋପାଳର ଭାଇକୁ କ୍ରାଇମବ୍ରାଞ୍ଚ ହେପାଜତକୁ ନେଇଛି ।