ରାଜ୍ୟରେ ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ । ପ୍ରଥମ ଥର ପାଇଁ ନୟାଗଡକୁ ଛୁଇଁଲା କରୋନା, ଆଉ ଜଣେ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ, ରାଜ୍ୟର ୧୯ ଜିଲ୍ଲାକୁ କବଜା କଲା କରୋନା ।

1,139

କନକ ବ୍ୟୁରୋ: ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ନୟାଗଡ ଓ ଗଂଜାମ ଜିଲ୍ଲାର । ଉଭୟ ଆକ୍ରାନ୍ତ ସୁରତ ଫେରନ୍ତା ଓ କ୍ୱାରେନଟିନରେ ରହିଥିଲେ । ସବୁଠାରୁ ବଡ଼ କଥା ହେଲା କି, ନୟାଗଡ଼ରୁ ପ୍ରଥମଥର ପାଇଁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ୪୦ ବୟସ୍କ ପୁରୁଷ । ସେହିଭଳି ଗଞ୍ଜାମରେ ଚିହ୍ନଟ ହୋଇଥିବା ଆଉ ଜଣେ ଆକ୍ରାନ୍ତ ୨୬ ବର୍ଷୀୟ ଯୁବକ ।

ତେବେ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨୮୯ରେ ପଂହଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ନୟାଗଡ଼କୁ ମିଶାଇ ଏବେ ରାଜ୍ୟର ମୋଟ୍ ୧୯ ଜିଲ୍ଲାକୁ କରୋନା କବଜା କରିଛି । ସେହିପରି ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୪ରେ ପହଂଚିଛି । ଆଜି ସକାଳେ ୧୪ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଆଜିର ରିପୋର୍ଟ ଆସିବା ପରେ ଗଂଜାମ ପାଇଁ ଚିନ୍ତା ଆହୁରି ବଢି ଯାଇଛି । ଦିନ କେଇଟାରେ ହଟସ୍ପଟ୍ ପାଲଟିଛି ଗଂଜାମ ଜିଲ୍ଲା ।