ମହାରାଷ୍ଟ୍ରରେ ବଢୁଛି କରୋନାର ଓମିକ୍ରନ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା, ପୁଣି ୨ ସଂକ୍ରମିତ ଚିହ୍ନଟ

113

କନକ ବ୍ୟୁରୋ : ଦେଶରେ ଏବେ କରୋନାର ଓମିକ୍ରନ ଭାରିଆଣ୍ଟକୁ ନେଇ ଚିନ୍ତା ବଢିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ସରକାର ଏହା ଉପରେ ପୁଣି କଟକଣା ଲଗାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ କରୋନାର ପୂର୍ବ ଲହର ପରି ଚଳିତ ଲହରରେ ବି ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନରେ ରହିବା ଭଳି ଅନୁମାନ କରାଯାଉଛି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ବାୟରୋଲୋଜୀର ରିପୋର୍ଟ ମୁତାବକ ମହାରାଷ୍ଟ୍ରରେ ପୁଣି ୨ ଜଣ କରୋନାର ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ ୧୦ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଓ ମୁମ୍ବାଇ ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ଏତେ କଡା ନଜର ରଖାଯାଇଥିଲେ ବି ଲାଗାତର ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୂଚନା ମୁତାବକ ଜଣେ ୩୭ ବର୍ଷିୟ ବ୍ୟକ୍ତି ଯେକି ସାଉଥ ଆଫ୍ରିକାର ଜୋହାନସବର୍ଗ ରୁ ଆସିଥିଲେ ତାଙ୍କ ଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି । ସେହିଭଳି ତାଙ୍କର ଜଣେ ୩୬ ବର୍ଷିୟ ବନ୍ଧୁ ଯେକି ନଭେମ୍ବର ୨୫ ତାରିଖରୁ ଆମେରିକାରୁ ଆସିଥିଲେ ତାଙ୍କ ଠାରେ ମଧ୍ୟ କରୋନାର ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି ।
ହେଲେ ସବୁଠାରୁ ବଡକଥା ଏହି ଦୁଇ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ । ସେମାନଙ୍କୁ ମୁମ୍ବାଇର ସେଭେନ ହେଲ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁଇଜଣ ବ୍ୟକ୍ତି କୋଭିଡ ଟିକା ଫାଇଜରର ଉଭୟ ଡୋଜ ନେଇସାରିଥିଲେ ।