କନକ ବ୍ୟୁରୋ : କମିଶନରେଟ ପୁଲିସ ହାତରେ ଆଉ ଦୁଇ ଜମତାରା ଠକ । ଏହି ଦୁଇ ସାଇବର ଠକଙ୍କୁ ପୁଲିସ ଝାଡଖଣ୍ଡ ଜମତାରା ଗିରିଦିରୁ ଗିରଫ କରିଛି । ଝାଡଖଣ୍ଡରେ ବସି ଏମାନେ ଠକେଇ କରୁଥିଲେ ବୋଲି ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ନିକଟରେ ଭୁବନେଶ୍ୱର ରସୁଲଗଡରୁ ଜମତାରା ଗ୍ୟାଙ୍ଗର ସଦସ୍ୟକୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ଏହି ସାଇବର ଠକମାନେ ଲୋକଙ୍କ ଟଙ୍କାକୁ ବ୍ୟାଙ୍କ ଆକାଉଂଟରେ ନନେଇ ପେଟିଏମ୍, ଗୁଗୁଲ ପେ, ଫୋନ ପେ ଓ ଗିଫ୍ଟ କାର୍ଡ ଜରିଆରେ ଲୁଟି ନେଉଥିଲେ ।
କମିଶନରେଟ ପୁଲିସ ହାତରେ ଆଉ ଦୁଇ ଜମତାରା ଠକ : ଝାଡଖଣ୍ଡରେ ବସି ଠକେଇ କରୁଥିବା ଡିସିପିଙ୍କ ସୂଚନା
/kanak/media/post_attachments/wp-content/uploads/2022/02/vlcsnap-2022-02-14-14h26m35s679.png)