ମାଡି ଚାଲିଛି ମହାମାରୀ: ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୪୬୯ ନୂଆ ଆକ୍ରାନ୍ତ; ଗଂଜାମରେ କରୋନାର ବିସ୍ଫୋରକ ସ୍ଥିତି

ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

1,411

କନକ ବ୍ୟୁରୋ: ରାଜ୍ୟରେ ଆଉ ୨ ମୁଣ୍ଡ ନେଲାଣି କରୋନା । ଏହା ସହିତ ୪୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ୩୧୭ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୧୫୨ ଜଣ ଆକ୍ରାନ୍ତ ଅଛନ୍ତି ସ୍ଥାନୀୟ ଅଂଚଳରୁ । ରାଜ୍ୟର ୨୦ ଟି ଜିଲ୍ଲାରୁୁ ଗତ ୨୪ ଘଂଟାରେ ଆସିଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର । ସବୁଠାରୁ ଅଧିକ ୧୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଂଜାମ ଜିଲ୍ଲାରୁ ।

ଏହା ବାଦ୍ କଟକରୁ ୯୪, ସୁନ୍ଦରଗଡରୁ ୬୬, ଖୋର୍ଧାରୁ ୨୭, ଯାଜପୁର , କେନ୍ଦୁଝର ଜିଲ୍ଲାରୁ ୨୫ ଜଣ ଲେଖାଏଁ , ନୟାଗଡ ଜିଲାରୁ ଅଛନ୍ତି ୨୪ ଜଣ ଆକ୍ରାନ୍ତ । ସେହିପରି ଏହି ୪୬୯ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯ ହଜାର ଅତିକ୍ରମ କରିଛି । ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା  ୯ ହଜାର ୭୦ ଜଣ ରହିଛନ୍ତି । ୩ ହଜାର ୯୦  ଆକ୍ଟିଭ୍ କେସ୍ ରହିଥିବା ବେଳେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେଣି ୫ ହଜାର ୯୩୪ ଜଣ । ରାଜ୍ୟରେ ଗତ ୨୪ ଘଂଟାରେ ଗଜପତି ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।