ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ତତ୍ପର ଗଞ୍ଜାମ ପ୍ରଶାସନ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ।

ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ତତ୍ପର ଗଞ୍ଜାମ ପ୍ରଶାସନ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ।

କନକ ବ୍ୟୁରୋ : ରାଜ୍ୟରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ତତ୍ପର ହୋଇଛି ଗଂଜାମ ଜିଲ୍ଲା ପ୍ରଶାସନ । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଥଣ୍ଡା, କାଶ, ଜ୍ୱର ଲାଗି ରହିଲେ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୬, ପୁଡୁଚେରୀରେ ୯, ଉତର ପ୍ରଦେଶରେ ୫, ତେଲେଙ୍ଗାନାରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପିକନିକ ଋତୁ ଥିବାରୁ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ ପରିଲିକ୍ଷିତ ହେଉଛି । ଯାହା କରୋନା ସଂକ୍ରମଣକୁ ବୃଦ୍ଧି କରିପାରେ । ତେଣୁ ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe