ମୁଣ୍ଡ ନେଉଛି କରୋନା, ଆଜି ଆଉ ଦୁଇ ମୃତ: ମୃତକ ଦୁଇ ଜଣ ଗଂଜାମ ଜିଲ୍ଲାର; ୪୮ ଓ ୪୯ ବର୍ଷିୟ ମହିଳାଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ସୂଚନା

ମୁଣ୍ଡ ନେଉଛି କରୋନା, ଆଜି ଆଉ  ଦୁଇ ମୃତ: ମୃତକ ଦୁଇ ଜଣ ଗଂଜାମ ଜିଲ୍ଲାର; ୪୮ ଓ ୪୯ ବର୍ଷିୟ ମହିଳାଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ସୂଚନା

କନକ ବ୍ୟୁରୋ: ରାଜ୍ୟରେ ଆଜି ୨୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଭୂତାଣୁ ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଗଂଜାମ ଜିଲ୍ଲାର ବୋଲି ଜଣାପଡିଛି । ତେବେ ପୂର୍ବରୁ କରୋନାରେ ଗଂଜାମ ଜିଲ୍ଲାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି ଦୁଇ ଜଣଙ୍କର ମୃତ୍ୟୁ ହେବା ପରେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ୧୪ରେ ପହଂଚିଛି । ୪୮ ଓ ୪୯ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ରାଜ୍ୟରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ହୋଇଛି ।

ସେପଟେ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ପ୍ରତିଦିନ ଶହଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ୨୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୯୨ ଓ ୧୪ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରିରୁ ସର୍ବାଧିକ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୯ ଜଣ କରୋନା ଯୋଦ୍ଧା ଅଛନ୍ତି । ସେହିଭଳି ଯାଜପୁରରେ ୨୮ ଜଣ ଆକ୍ରାନ୍ତ ହୋଇଛନ୍ତି । କୋରାପୁଟରେ ୧୮, କଟକ ୧୭, ଜଗତସିଂହପୁରରେ ୧୭, ବଲାଙ୍ଗୀରରେ ୧୬ ଓ ଦେବଗଡରେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe