କନକ ବ୍ୟୁରୋ : ଗତ ବିଳମ୍ବିତ ରାତ୍ରୀରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର (ଏମଜିପି) ତିନି ଜଣ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଫଳରେ ୩୬ ସଦସ୍ୟବିଶିଷ୍ଟ ଗୃହରେ ବିଜେପିର ବିଧାୟକଙ୍କ ସଂଖ୍ୟା ୧୨ ରୁ ୧୪କୁ ବୃଦ୍ଧି ପାଇଛି। ଏବେ ବିଜେପିର ସଦସ୍ୟ ସଂଖ୍ୟା ଗୃହରେ ବିରୋଧୀ କଂଗ୍ରେସ ପାର୍ଟିର ସଦସ୍ୟଙ୍କ ସମକକ୍ଷ ହୋଇପାରିଛି। ଦସ୍ତଖତ ହୋଇଥିବା ଗୋଟିଏ ଚିଠିରେ ଦୁଇ ବିଧାୟକ ମନୋହର ଆଜଗାଓଁକର୍ ଏବଂ ଦୀପକ ପଉସକର୍ କହିଛନ୍ତି ଯେ ସେମାନେ ଏମଜିପି ଲେଜିସ୍ଲେଚର୍ ପାଟିକୁ ବିଜେପି ସହ ସାମିଲ କରିଛନ୍ତି। କିନ୍ତୁ ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ତୃତୀୟ ବିଧାୟକ ସୁଦିନ ଧାଓ୍ଵଲିକର ସେ ଚିଠିରେ ଦସ୍ତଖତ କରି ନାହାନ୍ତି। ରାତି ୧: ୪୫ରେ ଗୋଆ ବିଧାନସଭାର ବାଚସ୍ପତି ମାଇକେଲ୍ ଲୋବୋଙ୍କ ନିକଟକୁ ଏହି ପତ୍ର ପଠାଯାଇଥିଲା।

Advertisment

publive-imageବିଜେପିରେ ମିଶିବା ପରେ ପରେ ଆଜଗାଓଁକର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି: ପରବର୍ତ୍ତୀ ସରକାର ବିଜେପି ଗଢ଼ିବ, କାରଣ ସେ ଯେଉଁଆଡ଼େ ଯାଉଛନ୍ତି ଲୋକେ କହୁଛନ୍ତି: ମୋଦି, ମୋଦି। ମୋଦିଙ୍କ କାରଣରୁ ହିଁ ଗୋଆରେ ବିଜେପି ଉନ୍ନତି କରିଛି। ଅନ୍ୟ ବିଧାୟକ ପଉସକର୍ କହିଛନ୍ତି ଯେ କ୍ୟାବିନେଟ ମନ୍ତ୍ରଣାଳୟ ପାଇବାକୁ ସେ ମଧ୍ୟ ଆଶାବାଦୀ। ସେ କହିଛନ୍ତି: ଆମେ ଖୁସୀରେ ବିଜେପିରେ ଯୋଗ ଦେଇଛୁ। ଗୋଆ ରାଜ୍ୟପାଳଙ୍କ ଉପସ୍ଥିତିରେ ଆଜି ମଧ୍ୟାହ୍ନରେ ଶପଥ ଗ୍ରହଣ ଉତ୍ସବ ହେବ। ଗୋଆ ମୁଖ୍ୟମନ୍ତ୍ରୀ ଆମକୁ ଯେଉଁ ମନ୍ତ୍ରଣାଳୟ ଦେବେ ଆମେ ତାହା ଗ୍ରହଣ କରିବୁ।