ଏଣିକି ୨ମିଟର ଦୂରତା ଅଟକେଇ ପାରିବନି କରୋନା ସଂକ୍ରମଣ । ବାୟୁରେ ୧୦ ମିଟର ଯାଏଁ ଭାସି ପାରିବ କ୍ଷୁଦ୍ର ଏରୋସେଲ କଣିକା

Advertisment
ଏଣିକି ୨ମିଟର ଦୂରତା ଅଟକେଇ ପାରିବନି କରୋନା ସଂକ୍ରମଣ । ବାୟୁରେ ୧୦ ମିଟର ଯାଏଁ ଭାସି ପାରିବ କ୍ଷୁଦ୍ର ଏରୋସେଲ କଣିକା

କନକ ବ୍ୟୁରୋ: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ୨ ମିଟରର ଶାରୀରିକ ବ୍ୟବଧାନ ରଖିବାକୁ କୁହାଯାଉଥିଲା । ତେବେ ନୂଆ ଗାଇଡଲାଇନ ଅନୁସାରେ ବାୟୁରେ କ୍ଷୁଦ୍ର ଏରୋସୋଲକଣିକା ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ । କରୋନା ମୁକାବିଲା ପାଇଁ ଡବଲ ମାସ୍କ, ସାମାଜିକ ଦୂରତା ଓ ଭଲ ଭାବେ ବାୟ୍ରୁ ଚଳାଚଳ ଅଂଚଳରେ ରହିବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନଙ୍କ ଅଫିସ ପକ୍ଷରୁ ସତର୍କ କରାଇ ଦିଆଯାଇଛି ଯେ, ‘ମୁକ୍ତ ବାୟୁ ଚଳାଚଳ ଅଂଚଳ କରୋନା ଭୂତାଣୁ ସଂକ୍ରମଣକୁ ରୋକିପାରିବ ।ଏସ୍ସି ଲାଗିଥିବା ନିବୁଜ କୋଠରୀରେ ସଂକ୍ରମଣ ଆଶଙ୍କା ଅଧିକ ।’

କେବଳ ସେତିକି ନୁହେଁ, ଏହା ମଧ୍ୟ କୁହାଯାଇଛି, ଯେ ଲକ୍ଷଣହୀନ ରୋଗୀଙ୍କଠାରୁ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିଥାଏ ।ତେଣୁ କରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।

‘ସଂକ୍ରମଣ ରୋକ, ମହାମାରୀକୁ ହଟାଅ’ ଶୀର୍ଷକ ଡକ୍ୟୁମେଂଟରେ କୁହାଯାଇଛି, ‘ଜଣେ ଆକ୍ରାନ୍ତ ପାଟିକିମ୍ବା ନାକରୁ ନିର୍ଗତ ହେଉଥିବା ଜଳ କଣିକା ୨ ମିଟର ମଧ୍ୟରେ ପଡ଼ିଥାଏ, ମାତ୍ର ଛୋଟଛୋଟ କଣିକା ପବନରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ । ବାୟୁ ଚଳାଚଳ ସ୍ଥାନରେ ଯେପରି କୌଣସି ଗନ୍ଧ ମିଳାଇ ଯାଇଥାଏ, ସେହିପରି ଭୂତାଣୁର ସ୍ତର ଏହି ସବୁ ସ୍ଥାନରେ ପତଳା ହୋଇଯାଏ ।’

କରୋନା ଆକ୍ରାନ୍ତଙ୍କ ଠାରୁ ନିର୍ଗତ ହେଉଥିବା ଜଳ କଣିକା, ଯେଉଁଠି ପଡିଥାଏ, ସେଠାରେ ଦୀର୍ଘ ସମୟ ଧରି ଭୂତାଣୁ ସକ୍ରିୟ ରହିଥାଏ । ସେହି ସବୁ ସ୍ଥାନକୁ ଭଲ ଭାବେ ସାନିଟାଇଜ୍ କରିବାକୁ ଗାଇଡଲାଇନରେ କୁହାଯାଇଛି । ସେହିପରି ମାର୍ଗଦର୍ଶିକାରେ କୁହାଯାଇଛି,

ଯେ ଏନ୍ ୯୫ ମାସ୍କ କିମ୍ବା ଗୋଟିଏ ସର୍ଜିକାଲ ମାସ୍କ ଓ ଗୋଟିଏ କପଡ଼ା ମାସ୍କ ମିଶାଇ ପିନ୍ଧିବା ଉଚିତ

ସର୍ଜିକାଲ ମାସ୍କ ଥରେ ବ୍ୟବହାର କଲେ ଭଲ

ସର୍ଜିକାଲ ମାସ୍କ ବ୍ୟବହାର କରିବା ପରେ ୭ ଦିନ ପର୍ଯ୍ୟନ୍ତ ଶୁଖିଲା ସ୍ଥାନରେ ରଖାଯାଇ ପୁଣି ଥରେ ବ୍ୟବହାର କରାଯାଇ ପାରିବ

ଘର ଓ ଅଫିସରେ ଭଲ ଭାବେ ବାୟୁ ଚଳାଚଳ କରୁଥିବା ଜରୁରୀ

ଗୋଷ୍ଠୀସ୍ତରରେ ଟେଷ୍ଟିଂ ଓ ସଙ୍ଗରୋଧ ଉପରେ ଗୁରୁତ୍ୱ

ସବୁଠୁ ବଡ଼ କଥା ହେଲା, କ୍ଷୁଦ୍ର ଏରୋସୋଲକଣିକା ୧୦ ମିଟର ପର୍ଯ୍ୟନ୍ତ ଯାଇ ପାରୁଥିବାରୁବିଶେଷସତର୍କତାର ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe