ଆତ୍ମସର୍ମପଣ କଲା ଚେଙ୍ଗ । ରକ୍ତଚରିତ୍ର ଗ୍ୟାଙ୍ଗର ଭିଡ଼ିଓ ଭାଇରାଲ ହେବା ପରେ ଥିଲା ଫେରାର ।

202

କନକ ବ୍ୟୁରୋ : ଧରାଦେଲା ଚେଙ୍ଗ । ଭୁବନେଶ୍ୱରରେ ରକ୍ତଚରିତ୍ର ଗ୍ୟାଙ୍ଗର ଭିଡ଼ିଓ ଭାଇରାଲ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଆତ୍ମସର୍ମପଣ କରିଛନ୍ତି । କମିଶନରେଟ ପୋଲିସର ବାରମ୍ବାର ଚଢାଉ ପରେ ଆତ୍ମସର୍ମପଣ କରିଛନ୍ତି ଦୁଇ ଅଭିଯୁକ୍ତ ଚେଙ୍ଗ ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ ସନାତନ ବେହେରା । ଏସଡିଜିଏମ କୋର୍ଟରେ ଉଭୟ ଆତ୍ମସର୍ମପଣ କରିଥିବା ବେଳେ ଜାମିନ ଆବେଦନ ଖାରଜ କରାଯାଇଛି । ଏପରିକି ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି ଅଭିଯୁକ୍ତଙ୍କ ଓକିଲ ।

କମିଶନରେଟ ପୋଲିସର ଟାର୍ଗେଟରେ ଏବେ କେବିଏନ ଗ୍ରୁପ୍ । ଭାଇରାଲ ହୋଇଥିବା ଭିଡ଼ିଓରେ ଯେଉଁ ଯୁବକ ମାନେ ଥିଲେ ସେମାନଙ୍କ ଘରେ ବାରମ୍ବାର ଚଢାଉ କରୁଛି ପୋଲିସ । କିଛି ଅଭିଯୁକ୍ତଙ୍କୁ ପୋଲିସ ଧରିଥିବା ବେଳେ ଆଉ କିଛି ଫେରାର ଥିଲେ ।

ଭୟ ସୃଷ୍ଟି କଲାଭଳି ଭିଡ଼ିଓ ଛାଡ଼ୁଥିଲେ ଭୁବନେଶ୍ୱରର ରକ୍ତ ଚରିତ୍ର ଗ୍ୟାଙ୍ଗ । କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ହୋଇଛି । ଏପର୍ଯ୍ୟନ୍ତ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଘରେ ମାରଣାସ୍ତ୍ର ଓ ଅନ୍ୟ ଆପତିଜନତ ସାମଗ୍ରୀ ରଖିଥିବା ଅଭିଯୋଗରେ ଚଢାଉ କରିଛି ପୋଲିସ । ଏପରିକି ଗତକାଲି ଚେଙ୍ଗ ଘରେ ଚଢାଉ କରିଥିଲା ପୋଲିସ ।