କନକ ବ୍ୟୁରୋ: ସମ୍ବଲପୁରରେ ଆରଆରଟିର ଦୁଇ ଜଣିଆ ଟିମ୍ । ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଜଣିଆ ଟିମ୍ ଆସିଛି । ଏବେ ସମ୍ବଲପୁରରେ ଘର ଘର ବୁଲି ଯାଂଚ କରୁଛନ୍ତି ଟିମ୍ । ପିଇବା ପାଣିରୁ ଏହି ଜଣ୍ଡିସ ବ୍ୟାପିଥିବା ଅଭିଯୋଗ ହୋଇଛି । ସଚେତନ ରହିବା ସହିତ, ଫୁଟା ପାଣି ପିଇବା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ଦୁଇ ଜଣିଆ ଡାକ୍ତରୀ ଟିମ୍ ଗୁରୁତ୍ୱ ଦେଇଛି । ଡାକ୍ତର ସୁରଜିତ ଗରାବଡୁ ଓ ଡାକ୍ତର ଡାକ୍ତର ସୁନିତା ଜେନା ସଂକ୍ରମିତ ଅଞ୍ଚଳ ବୁଲି ସ୍ଥିତି ପରଖୁଛନ୍ତି । ଗୁପଚୁପ, ଦହିବରା ଓ ଚୁସତି ଖାଇବା ଯୋଗୁଁ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ୧୦ ବର୍ଷ ପୂର୍ବେ ମଧ୍ୟ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ସମୟରେ ପିଏଚଡି ପାଣି ସନ୍ଦେହ ଘେରକୁ ଆସିଥିଲା ।