ପ୍ରେମ ପାଇଁ ଛାଡିଲେ ମାଓ ସଂଗଠନ : ଅନୁଗୁଳ ଏସପିଙ୍କ ନିକଟରେ ୨ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ, ପ୍ରେମକୁ ବିିରୋଧ ହେବାରୁ ଲାଲବାହିନୀର ହାତ ଛାଡିବାକୁ ନେଲେ ନିଷ୍ପତ୍ତି

38

କନକ ବ୍ୟୁରୋ : ପ୍ରେମ ପାଇଁ ଛାଡିଲେ ହିଂସା । ଅନୁଗୁଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨ କ୍ୟାଡର ମାଓବାଦୀ । ପ୍ରେମକୁ ବିିରୋଧ ହେବାରୁ ଉଭୟ ଲାଲବାହିନୀର ହାତ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏହି ଦମ୍ପତି ମାଓବାଦୀ ସଂଗଠନକୁ ଛାଡ଼ିଛନ୍ତି । ଆଜି ଅନୁଗୁଳ ଏସପିଙ୍କ ନିକଟରେ ଛୋଟୁ କଞ୍ଜୁ ଓ ଜଲି ଦେହୁରୀ ଆତ୍ମସମର୍ପଣ କରିଛନ୍ତି । ଏସଡ଼ିଏସ କ୍ୟାଡ଼ରରେ ୨୦୦୦ ମସିହାରୁ କାମ କରୁଥିଲେ । ଏହା ସହ ଅନୁଗୁଳ ଟିକରପଡ଼ା ଅଂଚଳରେ ସକ୍ରିୟ ଥିଲେ ଏହି ଦମ୍ପତି ।