କନକ ବ୍ୟୁରୋ: ଯବାନଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ । ସ୍ୱାଭିମାନ ଅଂଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିବିନିମୟ ବେଳେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ସୁଚନା ଦେଇଛନ୍ତି । ସେ କହିଛନ୍ତି ସ୍ୱାଭିମାନ ଅଂଚଳରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଏସଓଜି ଖବର ପାଇଥିଲେ ।
ଏନେଇ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ମାଓବାଦୀ ମାନେ ସେମାନଙ୍କ ପକ୍ଷରୁ ଗୁଳିବିନିମୟ କରିଥିଲେ । ସେମାନଙ୍କ ଆକ୍ରମଣର ପାଲଟା ଜବାବ ଦେଇଥିଲେ ଯବାନ । ଏହି ଗୁଳିବିନିମୟ ବେଳେ ଦୁଇ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡ଼ିଛି ।
ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି । ସ୍ୱାଭିମାନ ଅଂଚଳକୁ ମାଓବାଦୀ ମୁକ୍ତ କରିବା ପାଇଁ ସଂକଳ୍ପ ନିଆଯାଇଛି । ଏହାସହ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୁଣି ଥରେ ଆହ୍ୱାନ ଦେଇଛନ୍ତି ପୋଲିସ ଡ଼ିଜି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/12-8.jpg)