କନକ ବ୍ୟୁରୋ : କାର୍ ସାଇଡମରାକୁ ନେଇ ରାଜଧାନୀରେ ତୁମୁଳକାଣ୍ଡ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ । କାରରେ ବସିଥିବା ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ଜଣେ ସ୍କୁଟି ଚାଳକକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସ୍କୁଟି ଚାଳକ ଜଣକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆକ୍ରମଣକାରୀ ଯୁବକଙ୍କୁ କାବୁ କରିଛି ।
କାର ସାଇଡମରାକୁ ନେଇ ଏହି କାଣ୍ଡ ଘଟିଛି । ସ୍କୁଟି ଚାଳକ ଜଣକ ସାଇଡମରାକୁ ନେଇ କାର ଚାଳକଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ଦୁଇ ଜଣ ଯୁବକ ସ୍କୁଟି ଚାଳକଙ୍କୁ ନିସ୍ତୁକ ମାଡ ମାରିଥିଲେ । ଦୁଇ ଜଣ ଯୁବକ ମଦ୍ୟପାନ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏବେ ଚନ୍ଦ୍ରଶେଖରପୁର ଥାନା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/19-31.jpg)