କନକ ବ୍ୟୁରୋ: ବଳଦ ସ୍ଥାନରେ ମଣିଷ କାନ୍ଧରେ ପଡ଼ିଲା ଜୁଆଳି । ପାଖରେ ବଳଦ ନାହିଁ କି ଟ୍ରାକ୍ଟରରେ ହଳ କରିବାକୁ ପାଖରେ ଅର୍ଥ ନାହିଁ । ଯାହା ପାଇଁ ବାଧ୍ୟ ହୋଇ ବଳଦ ଜାଗାରେ ମଣିଷ ଟାଣୁଛନ୍ତି ଲଙ୍ଗଳ । ଏପରି ଅଭାବନୀୟ ଦୃଶ୍ୟ ଆସିଛି ଗଜପତି ଜିଲ୍ଲା କାଶୀନଗର ବ୍ଳକ ସୀତାପୁର ଗାଁରୁ । କାନ୍ଧରେ ଜୁଆଳି ଟାଣି ନିଜେ ବିଲରେ ହଳ କରୁଛନ୍ତି ଦୁଇ ଚାଷୀ ।
ପାଖରେ ଅର୍ଥ ନଥିବାରୁ ବାଧ୍ୟ ହୋଇ ନିଜ କାନ୍ଧରେ ଟାଣି ଟାଣି ହଳ କରୁଛନ୍ତି ଏହି ଦୁଇ ଚାଷୀ ଭାଗିରଥୀ ସରଙ୍ଗ ଓ ସନ୍ତୋଷ କଳିଙ୍ଗ । ସେମାନେ ଏଥର ଦୁଇ ଏକର ଭାଗ ଚାଷ କରୁଛନ୍ତି । ହେଲେ ଚାଷ କେମିତି କରିବେ ? ପାଖରେ ପଇସା ନାହିଁ । କରୋନା ସ୍ଥିତି ଯୋଗୁଁ ଆର୍ଥିକ ଅବସ୍ଥା ଏକଦମ ଖରାପ ହୋଇପଡ଼ିଛି । ଆଉ ବାଧ୍ୟ ହୋଇ ଏପରି ପରିସ୍ଥିତିକୁ ଆପଣେଇ ନେଇଛନ୍ତି ଦୁଇ ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/vlcsnap-2021-07-01-15h23m17s437.png)