ଢ଼େଙ୍କାନାଳ : ୨ଜଣଙ୍କୁ ଦଳି ମାରି ଦେଲା ହାତୀ, ନଦୀପଠାରେ ଶୈାଚ ପାଇଁ ଯାଇଥିବାବେଳେ ଅଘଟଣ

ପୁଣି ଲେଉଟିଲେ ହାତୀପଲ ! କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୨୨ଟି ହାତୀର ରାସ୍ତା ଅବରୋଧ

କନକ ବ୍ୟୁରୋ : ପୁଣି ହାତୀ ମଣିଷ ଲଢ଼େଇ । ୩ଜଣଙ୍କୁ ଦଳି ମାରି ଦେଲା ହାତୀ । ନୂଆପଡାରେ ଜଣଙ୍କୁ ଦଳି ଦେଇଥିବାବେଳେ ଢ଼େଙ୍କାନାଳ କାମାକ୍ଷାନଗରରେ ୨ଜଣଙ୍କୁ ଦଳି ମାରି ଦେଇଛନ୍ତି ହାତୀ ପଲ । କାମାକ୍ଷାନଗର ନଦୀପଠାରେ ଶୈାଚ ପାଇଁ ଯାଇଥିବାବେଳେ ୨ଜଣଙ୍କୁ ଦଳି ମାରିଦେଇଛି ହାତୀ । ସେପଟେ ନୂଆପଡା କୋମନା ରେଞ୍ଜ କରଙ୍ଗାଭଟା ଗ୍ରାମର ସହଦେବ ପରାଭୁଏ ନାମକ ବ୍ୟକ୍ତି ଚାଷ ଜମିକୁ ଯାଇଥିବାବେଳେ ୬ରୁ ୭ଟିହାତୀ ଆସି ମାରି ଦେଇଛନ୍ତି । ପ୍ରାୟ ୧୦ରୁ ୧୨ ଦିନ ହେବ ହାତୀପଲ ଆସି ରହୁଛନ୍ତି ।

publive-image

ମିଳିଥିବା ସୂଚନା ଅନୁଯାୟୀ, କୋମନା ରେଞ୍ଜର ସିଆଲଲଟି ପଞ୍ଚାୟତର କରଙ୍ଗାଭଟ୍ଟା ଗାଁର ସହଦେବ ପରାଭୁଏ ଆଜି ସକାଳେ ନିଜ ଚାଷ ଜମିକୁ ଯାଇଥିବା ବେଳେ ୬/୭ଟି ହାତୀଙ୍କ ହାବୁଡ଼ରେ ପଡ଼ିଥିଲେ। ଏହି ହାତୀପଲ ଶ୍ରୀ ପରାଭୁଏଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବା ସହିତ ପାଦରେ ଦଳି ହତ୍ୟା କରିଥିଲେ। ତେବେ ଶ୍ରୀ ପରାଭୁଏ ମରିଯିବା ପରେ ହାତୀ ପଲ୍ଲ ସେଠାରୁ ଅନ୍ୟତ୍ର ଚାଲିଯାଇଛନ୍ତି। ତେବେ ଖବର ଲେଖାହେଲା ଯାଏ ଏ ପର୍ଯ୍ୟନ୍ତ ପୁଲିସ କିମ୍ବା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe