ଲଭ୍ ଜେହାଦର ଆଉ ଏକ ମାମଲା । ହରିୟାଣାରେ ସ୍ପଷ୍ଟ ଦିବାଲୋକରେ ଯୁବତୀଙ୍କୁ ଗୁଳିମାଡ । ଗିରଫ ହେଲେ ଦୁଇ ଅଭିଯୁକ୍ତ । ୨୦୧୮ରେ ବି ଅପହରଣ କରିଥିଲା ଅଭିଯୁକ୍ତ ତୌସିଫ

906

କନକ ବ୍ୟୁରୋ : ଲଭ୍ ଜେହାଦର ଆଉ ଏକ ମାମଲା । ଦିବାଲୋକରେ ଯୁବତୀଙ୍କୁ ଗୁଳିମାଡ । ଅପହରଣ କରିବା ପ୍ରୟାସରେ ବିଫଳ ହେବା ପରେ ଯୁବତୀଙ୍କୁ ଗୁଳି କଲେ ଦୁର୍ବୃତ । ଘଟଣା ଘଟିଛି ହରିୟାଣାର ବଲ୍ଲଭଗଡରେ । ଆଉ ପୁରା ଘଟଣାକୁ କଏଦ କରିଛି ସିସିଟିଭି । ବଲ୍ଲଭଗଡର ଅଗ୍ରୱାଲ କଲେଜର ଛାତ୍ରୀ ନିକିତା ତୋମର ପରିକ୍ଷା ଦେଇ ବାହାରକୁ ବାହାରିବା ପରେ ବନ୍ଧୁକ ମୁନରେ ତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଦୁଇ ଦୁର୍ବୃତ । ତେବେ ଏଥିରେ ବିଫଳ ହୋଇଥିବା ବେଳେ ନିକିତାଙ୍କୁ ଦିବାଲୋକରେ ଗୁଳି କରିଦେଇଥିଲେ ।

ପୋଲିସ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଛି । ୨ଅଭିଯୁକ୍ତ ତୌସିଫ ଓ ରେହାନକୁ ଦୁଇ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି । ଏପରିକି ମିଳିଥିବା ସୂଚନା ଅନୁସାରେ ନିକିତାଙ୍କ ବିବାହ ସ୍ଥିର ହୋଇଯାଇଥିବାରୁ ତୌସିଫ ତାଙ୍କୁ ଗୁଳି କରିଥିବା କଥା ପୋଲିସ ନିକଟରେ ସ୍ୱିକାର କରିଛି । ସେପଟେ ୨୦୧୮ରେ ମଧ୍ୟ ଅଭିଯୁକ୍ତ ଜଣକ ନିକିତାଙ୍କୁ ଅପହରଣ କରିଥିବା ପରିବାର ଲୋକେ କହିଛନ୍ତି । ଏହାପରେ ଥାନାରେ ମାମଲା ପହଂଚିବା ପରେ ପୁଣି ଥରେ ଆପୋଷ ବୁଝାମଣା ପରେ ମାମଲାର ସମାଧାନ ହୋଇଥିଲା । ତେବେ ଅଭିଯୁକ୍ତ ତୌସିଫ ନିକିତାର ଧର୍ମାନ୍ତିକରଣ କରି ତାକୁ ବିବାହ କରିବା ପାଇଁ ଏପରି କରିଥିବା ସୂଚନା ମିଳିଛି । ସେପଟେ ଅଭିଯୁକ୍ତର ରାଜେନ÷ତିକ ସମ୍ପର୍କ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମୃତ୍ୟୁ ଘଟଣା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଳାଇଛନ୍ତି ମୃତକଙ୍କ ପରିବାର ଓ ତାଙ୍କ ସମ୍ପର୍କୀୟ । ହଜାର ହଜାର ଲୋକ ଫରିଦାବାଦ-ମଥୁରା ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନ୍ୟାୟ ଦାବିରେ ରାସ୍ତାରେ ବସିରହିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏସଆଇଟି ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।