ଦୀପାବଳିରେ ଅଘଟଣ । ବାଣ ଫୁଟି ଚାଲିଗଲା ୨ଜଣଙ୍କ ଜୀବନ ।

1,271

କନକ ବ୍ୟୁରୋ : ଦୀପାବଳିରେ ଅଘଟଣ । ଢେଙ୍କାନାଳ ବାରଦା ଗାଁରେ ବାଣଫୁଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ କେନ୍ଦ୍ରାପଡାରେ ମଧ୍ୟ ବାଣ ଫୁଟି ଆଉ ଜଣଙ୍କର ଜୀବନ ଯାଇଛି । କେନ୍ଦ୍ରାପଡା ଜୁଇଜାସପୁରରେ ବାଣ ଫୁଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘର ଭିତରେ ବାଣ ଥିବା ବେଳେ ଘଟିଥିଲା ଅଗ୍ନିକାଣ୍ଡ । ତେବେ ବିସ୍ଫୋରଣରେ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।