ବିଚ୍ ରାସ୍ତାରେ ଛୁରାମାଡ । ୨ ଯୁବତୀଙ୍କ ଅଣ୍ଟା, ବେକ, ହାତରେ ଛୁରାମାଡ କଲା ଯୁବକ । ଏକତରଫା ପ୍ରେମ ସନ୍ଦେହ…

803

କନକ ବ୍ୟୁରୋ: ଯୁବତୀଙ୍କୁ ଛୁରାମାଡ । ବିଚ୍ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରାମାଡ କଲା ଉନ୍ମତ ଯୁବକ । ଯୁବତୀ ଦେହର ବିଭିନ୍ନ ସ୍ଥାନରେ ଯୁବକ ଛୁରା ମାଡ କରିଥିବା ସୂଚନା । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୂଆପଡା ବୋଡେନ ବଜାରପଡାରେ ଅଭାବନୀୟକାଣ୍ଡ ।

ତେବେ ଏକତରଫା ପ୍ରେମରୁ ଯୁବକ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ଅଣ୍ଟା, ବେକ, ହାତରେ ଗଭୀର ଆଘାତ ସୂଚନା । ମଝି ରାସ୍ତାରେ ଉତ୍ପାତ ପରେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।