ଅଟୋକୁ ଧକ୍କା ଦେଲା ଟ୍ରକ୍ : ଘଟଣାସ୍ଥଳରେ ୨ ମୃତ, ଜଣେ ଗୁରୁତର

308

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ଆଜି ଭୋର ୫ଟା ସମୟରେ ଏକ ଟ୍ରକ୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ହେଲେ ଶିଶକେଲା ଗ୍ରାମର ସୁବଳ ସାହୁ , କୈବଲ୍ୟ ମାଝୀ ଏବଂ ଗୁରୁତର ବ୍ୟକ୍ତି ଜଣକ ଦେବାଶିଷ ସାହୁ ।

ଘଟଣାସ୍ଥଳରେ ସଇନ୍ତଳା ତହସିଲଦାର ଯୋଗେଶ୍ୱର ଧରୁଆ, ସଇନ୍ତଳା, ବଡ଼ମାଳ ପୁଲିସ ଓ ଅଗ୍ନିଶମ ‌‌ବାହିନୀ ଉପସ୍ଥିତ ରହିଛନ୍ତି । ଶିଶକେଲା ଗାଁର ମିଠା ବ୍ୟବସାୟୀ ସୁବଳ ସାହୁ, କୈଲବ୍ୟ ମାଝୀ, ଦେବାଶିଷ ସାହୁ ମିଶି ଅଟୋରେ କୁଇକେଡା ପଞ୍ଚାୟତର କଳାହାଣ୍ଡି ଛକର ବଜାରକୁ  ଆସୁଥିଲେ । ଏହି ସମୟରେ ଜାତୀୟ ରାଜପଥ ୨୬ ଲୁହୁରାପାଲି ଠାରେ ଏକ ମାଲ୍‌ ବୋଝେଇ ଟ୍ରକ୍‌ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା ।  ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।  ଗୁରୁତର ଦେବାଶିଷଙ୍କୁ ସଇନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ପୁଲିସ ଅଟକ ରଖିଛି । କ୍ଷତିପୂରଣ ଦାବି ନେଇ ୨୬ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ଅବରୋଧ କରିଛନ୍ତି ।