କନକ ବ୍ୟୁରୋ: ଭୁବନେଶ୍ୱର ପାହାଳ ନିକଟରେ ସଡ଼କ ଦୁର୍ଘଟଣା । ଛିଡା ହୋଇଥିବା ଟ୍ରକ୍କୁ ପଛରୁ ପିଟିଲା କାର । କାରରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରାତି ପାଖାପାଖି ୨ଟା ୨୫ରେ ଏହି ଦୁର୍ଘଟଣା ଘଟିଛି । କାରଟି କଟକରୁ ଭୁବନେଶ୍ୱର ଯାଉଥିଲା । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଂଚି କାରରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ହସ୍ପିଟାଲରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଗୁରୁତରଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Advertisment