ବାଲେଶ୍ୱରରେ ଚାଲିଛି ଧଳା ଜହରର ବଡ଼ କାରବାର : ଜଲେଶ୍ୱରରେ ୨ କେଜି ବ୍ରାଉନ ସୁଗାର ଜବତ କଲା ପୁଲିସ ଓ ଅବକାରୀ ବିଭାଗ

86

କନକ ବ୍ୟୁରୋ : ବାଲେଶ୍ୱର ପାଲିଟିଛି ନିଶା କାରବାରର ପେଣ୍ଠସ୍ଥଳ । ଜଳେଶ୍ୱରରୁ ପ୍ରାୟ ୨ କେଜି ବ୍ରାଉନସୁଗାର ଜବି କରାଯାଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଜଳେଶ୍ୱର ରାଜପୁର ବସ୍ତିରେ ପୋଲିସ୍ ଓ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ଜଣାପଡ଼ିଛି । ଚଢ଼ାଉ ବେଳେ ନଗଦ ଅର୍ଥ ମଧ୍ୟ ଜବତ କରିଛି ପୋଲିସ୍ । ଏବେ ଜଳେଶ୍ୱର ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ ପାଲଟିଥିବା ବେଳେ ଏହା ପୋଲିସ୍, ଅବକାରୀ ବିଭାଗ ଓ ଏସଟିଏଫ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।