କନକ ବ୍ୟୁରୋ : ଶ୍ରୀନଗର ଠାରେ ସିଆରପିଏଫ୍ ର ପାଟ୍ରୋଲିଂ ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ପାଟ୍ରୋଲିଂ ଗାଡିରେ ଥିବା ଯବାନମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।
କହିରଖୁ କି ଶ୍ରୀନଗରର ଲାବାପୋରା ଇଲାକାରେ ଗୁରୁବାର ଦ୍ୱିପ୍ରହର ସମୟରେ ସିଆରପିଏଫ୍ ର ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଆତଙ୍କବାଦୀମାନେ ପାଟ୍ରୋଲିଂ ଗାଡି ଉପରେ ଆକ୍ରମଣ କରିଥିଲେ । ଶ୍ରୀନଗର ଆଇଜିଙ୍କ ସୂଚନା ମୁତାବକ ଏହି ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି ଓ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ଏହି ଆକ୍ରମଣ ସିଆରପିଏଫ୍ ର ୭୩ (ବି) ବାଟାଲିୟନ ଉପରେ ହୋଇଛି । ସିଆରପିଏଫ୍ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆତଙ୍କବାଦୀମାନେ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ପୁରା ଅଞ୍ଚଳକୁ ସିଆରପିଏଫ୍ ପକ୍ଷରୁ ଘେରାବନ୍ଦି କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/Capture-10.jpg)