କନକ ବ୍ୟୁରୋ : ଜମ୍ମୁ କାଶ୍ମୀରର ବାନ୍ଦିପୁରାରେ ଆତଙ୍କୀ ହମଲା । ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ । ୨ଯବାନଙ୍କ ସହ ୨ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଉତ୍ତର କଶ୍ମୀର ଅନ୍ତର୍ଗତ ବନ୍ଦିପୋରା ଜିଲ୍ଲା ହାଜିନ୍ ଅଞ୍ଚଳର ଆଠ ଜଣ ଆଙ୍କବାଦୀଙ୍କ ଉପସ୍ଥିତିର ସୂଚନା ପାଇ ସେନାର ୧୩ ଆରଆର ଏବଂ ଜମ୍ମୁ ଓ କଶ୍ମୀର ପୁଲିସର ଏସ୍ଓଜି ମିଳିତ ଭାବେ ଆଜି ପ୍ରତ୍ୟୁଷରେ ହାଜିନର ରାଖ (ପରିବଳ) ଅଞ୍ଚଳ ସିଜ୍ କରିଥିଲେ ବୋଲି ଶ୍ରୀନଗରଠାରେ ଅବସ୍ଥାପିତ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।
ସୁରକ୍ଷାକର୍ମୀ ନିକଟତର ହେବାରୁ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଦୁଇ ଜଣ ସୈନ୍ୟ ଆହତ ହୋଇଥିଲେ। ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି। ପ୍ରାୟ ଭୋର୍ ୫ଟା ବେଳେ ସୁରକ୍ଷାକର୍ମୀ ଆତଙ୍କବାଦୀ ଥିବା ସୂଚନା ପାଇ ଖାନତଲାସୀ କରିବା ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳିବିନିମୟ ଯୋଗୁଁ ଦୁଇଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା କଥା ସେ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/jammu-terrorist.jpg)