କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶ ଭାରତ-ଚୀନ ସୀମାରେ ମୁତୟନ ଥିବା ଦୁଇଜଣ ସୈନିକ ଗତ ୧୪ ଦିନ ହେଲା ନିଖୋଜ । ଏହି ଦୁଇ ଯବାନ ନଦୀରେ ବୁଡ଼ି ଯାଇଥିବା ସେନା ପକ୍ଷରୁ ସନ୍ଦେହ କରାଯାଉଛି । ନିଖୋଜ ଥିବା ଦୁଇ ସୈନିକ ହେଲେ ହରେନ୍ଦ୍ର ନେଗୀ ଓ ପ୍ରକାଶ ସିଂ ରାଣା । ଉଭୟ ଭାରତ-ଚୀନ ସୀମା ନିକଟ ଠାକଲା ପୋଷ୍ଟରେ ମୁତୟନ ହୋଇଥିଲେ । ଗତ ମେ ୨୮ରୁ ଉଭୟ ନିଖୋଜ ଅଛନ୍ତି ।
ପ୍ରକାଶଙ୍କ ପତ୍ନୀ ମମତା ରାଣା କହିଛନ୍ତି ଯେ ତାଙ୍କ ସ୍ୱାମୀ ନିଖୋଜ ଥିବା ସଂପର୍କରେ ଗତ ମେ ୨୯ ତାରିଖରେ ସେନା ପକ୍ଷରୁ ତାଙ୍କୁ ଫୋନ ଆସିଥିଲା । ଗତ ଜୁନ ୯ ତାରିଖରେ ସେନା ପକ୍ଷରୁ ଆଉ ଥରେ ଫୋନ କରି କୁହାଯାଇଥିଲା ଯେ ଉକ୍ତ ଦୁଇ ଜଣ ସୈନ୍ୟ ନଦୀରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି । ଭାରତୀୟ ସେନା ପକ୍ଷରୁ ନିଖୋଜ ଯବାନଙ୍କ ସନ୍ଧାନ ଜାରି ରହିଛି । ପ୍ରକାଶ ସିଂ ରାଣାଙ୍କ ଘର ୟୁପିର ସାହାସପୁର ବୋଲି ଜଣାପଡ଼ିଛି ।
ଭାରତ-ଚୀନ୍ ସୀମାରେ ମୁତୟନ ୨ ଯବାନ ନିଖୋଜ । ଗତ ମେ’ ୨୮ ତାରିଖରୁ ନିଖୋଜ ଅଛନ୍ତି ଯବାନ, ନଦୀ ଭାସିଯାଇଥିବା ସନ୍ଦେହ ।
/kanak/media/post_attachments/wp-content/uploads/2022/06/1624546245_ladakh.jpg)