କନକ ବ୍ୟୁରୋ : ଇସ୍ରାଏଲର ଦୁଇ ଜଣ ବୃଦ୍ଧା ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି ହମାସ ଆତଙ୍କବାଦୀ । ଏହି ଖବର ଆସିବା ପରେ ହମାସ ଆତଙ୍କବାଦୀ ଯୁଦ୍ଧର ୧୭ ଦିନ ପରେ ଅଳ୍ପ ନରମ ହୋଇପଡିଥିବା ଚର୍ଚ୍ଚା ହେଉଛି । ତେବେ ସ୍ୱାସ୍ଥ୍ୟଗତ କାରଣରୁ ଦୁଇ ଜଣ ମହିଳାଙ୍କୁ ମୁକ୍ତ କରାଯାଇଥିବା ହମାସ ଆତଙ୍କବାଦୀ କହିଛନ୍ତି । ଏବଂ ତର୍କ ଦେଇଛନ୍ତି ମାନବିକତା କାରଣରୁ ହମସା ଦୁଇ ବୃଦ୍ଧାଙ୍କୁ ମୁକ୍ତ କରିବାକୁ ନିଷ୍ପତି ନେଇଛି । ଅନ୍ୟପଟେ ଦୁଇ ବୃଦ୍ଧା ମୁକୁଳିଥିବାରୁ, ପଣବନ୍ଦୀଙ୍କୁ ମୁକ୍ତି ପାଇଁ ମଧ୍ୟସ୍ଥ ଭୂମିକା ତୁଳାଇଥିବା ମିଶର ଓ ରେଡକ୍ରସ ସଂଗଠନକୁ ଧନ୍ୟବାଦ ଦେଇଛି ଇସ୍ରାଏଲ ।

Advertisment

ପୂର୍ବରୁ ୪ ଦିନ ତଳେ ହମାସ ଆତଙ୍କବାଦୀ ପଣବନ୍ଦୀ ଥିବା ଆମେରିକୀୟ ମା-ଝିଅଙ୍କୁ ମୁକ୍ତ କରିଥିଲେ । ସେହିସମୟରେ ମଧ୍ୟ ହମାସ ଆତଙ୍କୀ ମାନବିକତା ଦୃଷ୍ଟିରୁ ମୁକ୍ତ କରୁଥିବା କହିଥିଲେ, ତେଣୁ ଚର୍ଚ୍ଚା ହେଉଛି, ହମାସ ଆତଙ୍କବାଦୀ କିଛି ନରମ ପଡିଯାଇଛନ୍ତି । ସେପଟେ ସୋମବାର ବିଳମ୍ବିତ ରାତିରେ ଇସ୍ରାଏଲ ଡିଫେନ୍ସ ସେନା ଗାଜାର ଏକ ଶରଣାର୍ଥୀ ଶିବିରରେ ବୋମା ମାଡ କରିଛି । ଗାଜା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି, ଇସ୍ରାଏଲ ସେନାର ଆକ୍ରମଣରେ ଶରଣାର୍ଥୀ ଶିବିରରେ ଥିବା ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି କିମ୍ବା ଗୁରୁତର ଭାବେ ଆହତ ହୋଇଛନ୍ତି ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଇସ୍ରାଏଲ ସେନା ଗାଜା ସୀମାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ହୋଇଛନ୍ତି । ସବୁଜ ସଙ୍କେତ ମିଳିବା ପରେ ଗାଜାରେ ପଶି ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି । ଖୋଜି ଖୋଜି ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ଉପରେ ଇସ୍ରାଏଲ ଗୁରୁତ୍ୱ ଦେଉଛି ।