କନକ ବ୍ୟୁରୋ : ରାଉରକେଲାରେ ଏକ ଘରୋଇ ସ୍କୁଲରେ ଅଘଟଣ । ସ୍କୁଲର ମୁଖ୍ୟ ଫାଟକ ପଡ଼ି ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସୁରକ୍ଷାକର୍ମୀ ଗାନ୍ଧିରାମ ରାଉତ ଓ ସ୍କୁଲ୍ କର୍ମଚାରୀଙ୍କ ପୁଅ ସୁରେଶ ଚୌଧୁରୀ । ତେବେ ଗାନ୍ଧିରାମଙ୍କ ବୟସ ୫୮ ବର୍ଷ ହୋଇଥିବା ବେଳେ ସୁରେଶଙ୍କ ବୟସ ୧୬ ବର୍ଷ । ଗତକାଲି ରାତିରେ ମୁଖ୍ୟ ଫାଟକରେ ଡ୍ୟୁଟି କରୁଥିଲେ ଗାନ୍ଧିରାମ ରାଉତ । ଏହି ସମୟରେ ଏଭଳି ଅଘଟଣ ଘଟିଥିଲା । ରାଉରକେଲା ସେକ୍ଟର-୭ର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।