ଆତଙ୍କବାଦୀଙ୍କୁ କଡା ଜବାବ ଦେଲା ଭାରତୀୟ ସେନା । ପୁଲୱାମାରେ ସେନା ଗୁଳିରେ ନିହତ ହେଲେ ୨ ଆତଙ୍କୀ ।

276

କନକ ବ୍ୟୁରୋ :  ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାରେ ମଙ୍ଗଳବାର ସକାଳେ ଭାରତୀୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁଲୱାମାର ଦ୍ରଵଗ୍ରାମରେ ଆତଙ୍କବାଦୀମାନେ ସେନା, ସିଆରପିଏଫ ଓ ଜାମ୍ମୁ କାଶ୍ମୀର ପୁଲିସର ପେଟ୍ରୋଲିଙ୍ଗ ଟିମ ଉପରେ ଗୁଳିମାଡ କରିଥିଲେ । ଏହାର ଜବାବ ଦେବାକୁ ଯାଇ ସେନା ପକ୍ଷରୁ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ମୃତକ ଆତଙ୍କବାଦୀଙ୍କ ପରିଚୟ ମିଳିଛି । ଏହି ଦୁଇ ଆତଙ୍କବାଦୀ ହେଉଛନ୍ତି ଇରଫାନ ଅହମଦ ଓ ଇରଫାନ ଶେଖ । ଇରଫାନ ଅହମଦ ଆତଙ୍କୀ ସଂଗଠନ ହିଜବୂଲ ମୁଜାହିଦ୍ଦିନ ପାଇଁ ୨୦୧୭ ମସିହାରୁ କାର୍ଯ୍ୟ କରୁଥିଲା ।

ସେହିପରି ଇରଫାନ ଶେଖ ୨୦୧୬ ମସିହାରୁ ହିଜବୂଲ ମୁଜାହିଦ୍ଦିନ ପାଇଁ କାର୍ଯ୍ୟ କରୁଥିଲା । ଏଠାରେ ସୂଚନା ଥାଉ କି ଗତକାଲି ସେନା ଓ ଜମ୍ମୁ-କାଶ୍ମୀର ପୁଲିସ ମିଳିତ ଭାବେ ଅନନ୍ତନାଗର ଗସିଗୁଣ୍ଡଠାରେ ବୋମା ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି । ବାରାମୁଳାରୁ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯା‌ଇଥିଲା ।