ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ୨ ହେଭିୱେଟ! ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦ ।

400

କନକ ବ୍ୟୁରୋ : ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଦୁଇ ହେଭିୱେଟ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଦୁଇ ହେଭିୱେଟ ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦ ଇସ୍ତଫା ଦେଇଛନ୍ତି । ଆଇଟି ଓ ଆଇନ ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଜଙ୍ଗଲ ପରିବେଶ ଓ ସୂଚନା ପ୍ରସାରଣ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରକାଶ ଜାଭଡେକର । ଗତ କିଛିଦିନ ହେବ ଟୁଇଟର ବିବାଦକୁ ନେଇ ଅଡୁଆ ସ୍ଥିତିରେ ରହିଥିଲେ ରବିଶଙ୍କର ।

ଏହାପୂର୍ବରୁ ୧୦ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ପ୍ରତାପ ଷଡଙ୍ଗୀ, ସନ୍ତୋଷ ଗଙ୍ଗୱାର, ସଦାନନ୍ଦ ଗୌଡା, ବାବୁଲ ସୁପ୍ରିୟୋଙ୍କ ଭଳି ବଡ ଚେହେରା ମଧ୍ୟ ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ବିଦାୟ ନେଇଛନ୍ତି । ସମସ୍ତ ୧୨ ଜଣ ମନ୍ତ୍ରୀଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ଆଉ କିଛି ସମୟ ମଧ୍ୟରେ ମୋଦୀଙ୍କ ନୂଆ ମନ୍ତ୍ରୀ ଶପଥ ନେବେ ।