କନକ ବ୍ୟୁରୋ : ସ୍ୱାଗତ ସମାରୋହରେ ଖଣ୍ଡଯୁଦ୍ଧ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଲାଙ୍ଗୀର ଗସ୍ତବେଳେ ବିଜେପିର ଦୁଇ ନେତା ହତାହତି ହୋଇଛନ୍ତି । ମନମୋହନ ସାମଲ ବଲାଙ୍ଗୀର ଗସ୍ତରେ ଆସିଥିଲେ । ଆରଟିଓ ଛକ ପାଖରେ ତାଙ୍କୁ ସ୍ୱାଗତ କରିବା ସମୟରେ ୨୦୧୯ ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଓ ସ୍ଥାନୀୟ ନେତା ଗୋପାଳଜୀ ପାଣିଗ୍ରାହୀ ହାତାହାତି ହୋଇଥିଲେ । ରାଜ୍ୟ ବିଜେପି ସଭାପତିଙ୍କୁ ଫୁଲମାଳ ଦେବା ସମୟରେ ଦୁଇଜଣ ମୁହାଁମୁହିଁ ହେବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଦୁଇ ନେତାଙ୍କ ହାତାହାତି ପରେ ମନମୋହନ ସାମଲଙ୍କ ରୁଟ୍ ଚାର୍ଟରେ ପରିବର୍ତ୍ତନ କରାଯାଇଥିଲା ।