ଉଚ୍ଚଶିକ୍ଷିତା ଯୁବତୀଙ୍କ ହାତରେ ଅଳିଆ ଗାଡ଼ିର ହ୍ୟାଣ୍ଡଲ୍ : ସକାଳ ହେବା ମାତ୍ରେ ସ୍ୱଚ୍ଛ ସବାରୀ ନେଇ ବାହାରି ପଡନ୍ତି ଗ୍ରାଜୁଏଟ ସ୍ୱଚ୍ଛକର୍ମୀ

119

କନକ ବ୍ୟୁରୋ : ଘରେ ଘରେ ବୁଲି ଅଳିଆ ଗୋଟାଉଛନ୍ତି ପାଠୁଆ ଝିଅ । ସକାଳ ହେବା ମାତ୍ରେ ସ୍ୱଚ୍ଛ ସବାରୀ ବା ଇ-ରିକ୍ସା ନେଇ ବାହାରି ପଡନ୍ତି ମାଲକାନଗିରି ପୌରାଂଚଳର ଗ୍ରାଜୁଏଟ ସ୍ୱଚ୍ଛ କର୍ମୀ । ଆଉ ଓଦା ଓ ସୁଖିଲା ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ସଂଗ୍ରହ କରି ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ରକୁ ନିୟନ୍ତି ସ୍ନାତକ ସ୍ୱଚ୍ଛ କର୍ମୀମାନେ ।

ମାଲକାନଗିରି ପୌରାଂଚଳ ସ୍ଥିତ ଏମ.ଭି ୩ ଗାଁର ମେରିୟମ ହେମ୍ରମ୍ ୨୦୧୮ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ପାଠ ପଢିବା ପରେ ବାପାଙ୍କ ବୋଝ ହାଲୁକା କରିବା ସହ ଭାଇଙ୍କ ପାଠପଢା ଲାଗି ଏହି କାମକୁ ବାଛି ନେଇଛନ୍ତି ମେରିୟମ ହେମ୍ରମ୍ । ସେହିପରି ମାଲାକନଗିରି ପୌରାଂଚଳ ସ୍ଥିତ ନୁଆଗୁଡା ଗାଁର ସ୍ନାତକ ଡିଗ୍ରୀ ହାସଲ କରି ଥିବା ଉର୍ମୀଳା ବାଘ ଓ ଯୁକ୍ତ ତିନିରେ ପାଠ ପଢୁ ଥିବା ତାଙ୍କ ଭଉଣୀ ନିର୍ମଳା ବାଘ ମଧ୍ୟ ଏହି ଇ-ରିକ୍ସା ଚଲାଇ ଅଳିଆ ସଂଗ୍ରହ କରୁଛନ୍ତି ।