ନଦୀରେ ବୁଡି ପ୍ରାଣ ହରାଇଲେ ଦୁଇ ନାବାଳିକା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାତାଳୀ ନଦୀରୁ ମୃତଦେହ ଉଦ୍ଧାର ।

108

କନକ ବ୍ୟୁରୋ : ନଦୀରେ ବୁଡି ପ୍ରାଣ ହରାଇଲେ ଦୁଇ ନାବାଳିକା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଗୋଲୁର ଗ୍ରାମ ପଂଚାୟତ ଅନ୍ତର୍ଗତ ତାମଡିଙ୍ଗ ଏବଂ ପଡ଼େଇସିଂ ଗ୍ରାମର ଦୁଇ ଜଣ ପଞ୍ଚମ ଶ୍ରେଣୀର ଛାତ୍ରୀ ଆଜି ଅପରାହ୍ନରେ ପାଖରେ ଥିବା ପାତାଳୀ ନଦୀକୁ  ମାଛ ଧରିବାକୁ ଯାଇ ନଦୀରେ ବୁଡ଼ି ଆଖି ବୁଜିଛନ୍ତି । ମୃତକମାନେ ହେଲେ ୧୩ ବର୍ଷୀୟ ଡାଲିମା ଖିଲ ଓ ୧୨ ବର୍ଷୀୟ ଅମିତା ଖିଲ।

ସୂଚନା ଅନୁସାରେ ପାଡୁଆ ଥାନା ଗୋଲୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାମଡିଙ୍ଗ ଗ୍ରାମର ଭକ୍ତରାମ ଖିଲଙ୍କ ଝିଅ ଡାଳିମା ଖିଲ ଏବଂ ପଡେଇସିଂ ଗ୍ରାମର ଦସମନ୍ତ ଖିଲଙ୍କ ଝିଅ ଅମିତା ଖିଲ ଆଜି ଅପରାହ୍ନ ପ୍ରାୟ ୧ଟାରେ ପଡେଇସିଂ ଗ୍ରାମ ନିକଟ ପାତାଳୀ ନଦୀର ପଡେଇସିଂ ନଦୀ ଘାଟ ନିକଟକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଦୁଇ ଜଣ ଯାକ ହଠାତ୍‌ ନଦୀ ଗର୍ଭକୁ ଚାଲି ଯାଇଥିଲେ। ପାଖରେ ଥିବା ଲୋକେ ଦୁଇ ଝିଅ ନଦୀରେ ବୁଡ଼ି ଯାଉଥିବା ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନଦୀର ପ୍ରଖର ସ୍ରୋତରେ ଦୁଇ ନାବାଳିକା ଭାସି ଯାଇ ମୃତ୍ୟୁ ବରଣ କରିଥିଲେ। ଗ୍ରାମବାସୀ ଏବଂ ପରିବାର ଲୋକେ ଦୁଇ ଝିଅଙ୍କ ମୃତଦେହ ପାତାଳୀ ନଦୀରୁ ଉଦ୍ଧାର କରିଥିବା ଜଣାଯାଇଛି। ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ପବିତ୍ର ଶିବରାତ୍ର ଦିନ ଏପରି ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।