ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକ୍ରିଶ ଗାଁରେ ଅଭାବନୀୟ ଘଟଣା । ପାଳ କୁଡିଆରେ ନିଆଁଲାଗି ୨  ଶିଶୁ ଜୀବନ୍ତ ଦଗ୍ଧ

Advertisment
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକ୍ରିଶ ଗାଁରେ ଅଭାବନୀୟ ଘଟଣା । ପାଳ କୁଡିଆରେ ନିଆଁଲାଗି ୨  ଶିଶୁ ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ: ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକ୍ରିଶ ଗ୍ରାମରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ପାଳକୁଡିଆରେ ନିଆଁ ଲାଗି ଦୁଇ ଜଣ ଶିଶୁ ପ୍ରାଣ ହରାଇଛନ୍ତି ।

ସୂଚନା ମୁତାବକ, ଆଜି ଗ୍ରାମ ନିକଟରେ ଥିବା ପନିପରିବା ବାଡରେ ଥିବା ପାଳ କୁଡିଆକୁ ୨ଜଣ ଶିଶୁ ଯାଇଥିବା ସମୟରେ ହଟାତ ପାଳ କୁଡିଆରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଧା ଅସ୍ପଷ୍ଟ ଥିବାବେଳେ ଏହି ଦୁର୍ଘଟଣାରେ ମାନିଙ୍ଗ ମାଝୀଙ୍କ ଝିଅ କୁମାରୀ ମାଝୀ ଏବଂ ଦୁର୍ଯ୍ୟୋଧନ ମାଝୀଙ୍କ ଝିଅ ଦିବ୍ୟା ମାଝୀ ପୋଡି ହୋଇ ପ୍ରାଣ ହରାଇଛନ୍ତି ।

ଆଜି ପ୍ରଥମେ କିଛି ଲୋକ କୁଡିଆ ଜଳୁଥିବା ଦେଖି ସେଠାକୁ ଯାଇଥିଲେ । ସେତେବେଳକୁ କୁଡିଆଟି ସମ୍ପୂର୍ଣ୍ଣ ଜଳିଯାଇଥିଲା  ।  ଏହାପରେ ଏନେଇ ଗ୍ରାମବାସୀମାନେ କାଶୀପୁର ପୁଲିସକୁ ସୂଚନା ଦେବାପରେ ଥାନା ଆଇଆଇସି ସୁନିଲ ଅରୁଣ କୁମାର ନାଏକଙ୍କ ସହ ପୁଲିସ ଟିମ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ଘଟଣା ସ୍ଥଳରୁ ଦୁଇଟି ଶବକୁ ଉଦ୍ଧାର କରାଯିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe