କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଆସିଥିଲା ମାଙ୍କଡ । ୮ଟି ବସ୍ତାରେ ଅଣାଯାଉଥିଲା ୧୫ ମାଙ୍କଡ । ମାଙ୍କଡ ଅଣାଯାଉଥିବା ଅଟୋକୁ ଜବତ କରିଛି ବ୍ରହ୍ମପୁର ବନ ବିଭାଗ । ଗତ ୩୦ ତାରିଖ ଦିନ ଆନ୍ଧ୍ରର ଏକ ଅଞ୍ଚଳରୁ ମାଙ୍କଡକୁ ଓଡ଼ିଶା ଅଣାଯାଇଥିଲା । ରାତି ୧୨ଟାରେ ବନ ବିଭାଗ ଖବର ପାଇ ଚଢାଉ କରି ବେପାରୀଙ୍କୁ ଧରିଥିଲା । ୮ଟି ବସ୍ତାରେ ଥିବା ୧୫ଟି ମାଙ୍କଡଙ୍କ ମଧ୍ୟରୁ ୧୦ଟି ମାଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଟିର ଚିକିତ୍ସା ଚାଲିଛି ।

Advertisment

ଏହି ଘଟଣାରେ ଗିରଫ ଦୁଇ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ତେବେ ଏମାନେ କାହିଁକି ଓଡ଼ିଶା ଆଣୁଥିଲେ ମାଙ୍କଡ ? ମାଙ୍କଡ଼ ଚାଲାଣର କ’ଣ ରହିଛି ଭିତିର ରହସ୍ୟ ? ମାଙ୍କଡ଼ ଚାଲାଣ ପଛରେ ବଡ଼ ରାକେଟର ହାତ ରହିଛି କି ? କାହିକିଁ ବସ୍ତାରେ ପୂରାଇ ଏପରି ଦୟନୀୟ ସ୍ଥିତିରେ ମାଙ୍କଡ଼ଙ୍କୁ ଅଣାଯାଉଥିଲା ? ଏମାନେ ମାଙ୍କଡ଼ଙ୍କୁ ଆଣି ଓଡ଼ିଶାରେ କାହାକୁ ଦେଉଥିଲେ ? ଗିରଫ ଦୁଇ ବେପାରୀଙ୍କୁ ପଚରାଉଚରା ପରେ ଏପରି ଅନେକ ପ୍ରଶ୍ନର ଉତ୍ତର ମିଳିପାରିବ ।