କନକ ବ୍ୟୁରୋ: ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ । ପ୍ରଥମେ ଏକ୍ସ-ରେଗୁଲାର, ଏହାପରେ ରେଗୁଲାର ଓ ଶେଷରେ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ । ଏନେଇ ସୋମବାର ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଫେବୃଆରୀ ୬ ତାରିଖରୁ ୧୨ ତାରିଖ ଯାଏଁ ଏକ୍ସ-ରେଗୁଲାର ପିଲାଙ୍କ ଫର୍ମ ପୂରଣ ଚାଲିବ । ଏହାପରେ ୧୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରେଗୁଲାର୍ ଓ ପତ୍ର ବିନିମୟ ପାଠ୍ୟକ୍ରମର ପିଲାମାନେ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ । ଏହାପରେ ଫର୍ମ ଫିଲଅପ୍ କଲେ ପିଲାମାନଙ୍କଠାରୁ ଫାଇନ୍ ଆଦାୟ କରାଯିବ । ପ୍ରଥମେ ୫୦ ଟଙ୍କା ଓ ଏହାପରେ ୩୫୦ ଟଙ୍କା ଫାଇନ୍ ଆଦାୟ କରାଯିବ ବୋଲି ସୂଚନା ଦିଆଯାଇଛି । ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଥିଓରି ପରୀକ୍ଷା ମେ ୫ରୁ ଆରମ୍ଭ ହେବାକୁ ଅଛି । ଯାହା ପୂର୍ବରୁ ବୋର୍ଡ ପରୀକ୍ଷା ଫର୍ମ ଫିଲଅପ୍ ତାରିଖ ଘୋଷଣା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2021/02/CHSE.jpg)