ଆସିଲା ଯୁକ୍ତଦୁଇ ପ୍ରଥମ କଟଅଫ ମାର୍କ ତାଲିକା : ବିଜ୍ଞାନ, ବାଣିଜ୍ୟ ଓ କଳାରେ କଟକ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ; ୨୧ରୁ ୨୮ ତାରିଖ ଯାଏଁ ଚାଲିବ ନାମଲେଖା

734

କନକ ବ୍ୟୁରୋ : ପ୍ରକାଶ ପାଇଲା + ୨ ପାଇଁ ପ୍ରଥମ କଟ୍ ଅଫ ମାର୍କ । ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା କଲେଜ । +୨ ନାମ ଲେଖା ପାଇଁ ଏହି ମେଧା ତାଲିକ ପ୍ରକାଶ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଜ୍ଞାନରେ ୮୯ ପ୍ରତିଶତ ସହ ରେଭେନ୍ସା ଆଗରେ ରହିଥିବା ବେଳେ ଦ୍ୱିତୀୟରେ ବିଜେବି କଲେଜ ୮୮.୬ ପ୍ରତିଶତରେ ରହିଛି । ସେହିପରି ବିଜ୍ଞାନରେ ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାମନ୍ଦିର କଲେଜ ୮୬.୬୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି ।

ଏହାସହ କଳାରେ ମଧ୍ୟ ରେଭେନ୍ସା ୭୨.୫ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛି । ସେହିପରି ୭୧.୮୩ ପ୍ରତିଶତ ସହ ବିଜେବି ଦ୍ୱିତୀୟରେ ରହିଥିବା ବେଳେ ରାଉରକେଲା ସରକାରୀ କଲେଜ ୬୭.୮୩ ପ୍ରତିଶତ ସହ ତୃତୀୟରେ ରହିଛି । ବାଣିଜ୍ୟରେ ମଧ୍ୟ ରେଭେନ୍ସା ୭୫.୮୩ ପ୍ରତିଶତ ସହ ଆଗରେ ରହିଛି । ଦ୍ୱିତୀୟରେ ରାଉରକେଲା ସରକାରୀ କଲେଜରେ ୭୫.୫ ପ୍ରତିଶତ ରହିଥିବା ବିଜେବି କଲେଜ ୭୪ ପ୍ରତିଶତ ସହ ତୃତୀୟରେ ରହିଛି ।

Comments are closed.