କନକ ବ୍ୟୁରୋ : ପ୍ରକାଶ ପାଇଲା + ୨ ପାଇଁ ପ୍ରଥମ କଟ୍ ଅଫ ମାର୍କ । ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା କଲେଜ । +୨ ନାମ ଲେଖା ପାଇଁ ଏହି ମେଧା ତାଲିକ ପ୍ରକାଶ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଜ୍ଞାନରେ ୮୯ ପ୍ରତିଶତ ସହ ରେଭେନ୍ସା ଆଗରେ ରହିଥିବା ବେଳେ ଦ୍ୱିତୀୟରେ ବିଜେବି କଲେଜ ୮୮.୬ ପ୍ରତିଶତରେ ରହିଛି । ସେହିପରି ବିଜ୍ଞାନରେ ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାମନ୍ଦିର କଲେଜ ୮୬.୬୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି ।
ଏହାସହ କଳାରେ ମଧ୍ୟ ରେଭେନ୍ସା ୭୨.୫ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛି । ସେହିପରି ୭୧.୮୩ ପ୍ରତିଶତ ସହ ବିଜେବି ଦ୍ୱିତୀୟରେ ରହିଥିବା ବେଳେ ରାଉରକେଲା ସରକାରୀ କଲେଜ ୬୭.୮୩ ପ୍ରତିଶତ ସହ ତୃତୀୟରେ ରହିଛି । ବାଣିଜ୍ୟରେ ମଧ୍ୟ ରେଭେନ୍ସା ୭୫.୮୩ ପ୍ରତିଶତ ସହ ଆଗରେ ରହିଛି । ଦ୍ୱିତୀୟରେ ରାଉରକେଲା ସରକାରୀ କଲେଜରେ ୭୫.୫ ପ୍ରତିଶତ ରହିଥିବା ବିଜେବି କଲେଜ ୭୪ ପ୍ରତିଶତ ସହ ତୃତୀୟରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/19-20.jpg)