କନକ ବ୍ୟୁରୋ: ଆସିଲା ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲା ସ୍ୱାସ୍ଥ୍ୟ ବିଭାଗ । ୪୫ ନମ୍ବର ଆକ୍ରାନ୍ତ କଳାହାଣ୍ଡି ଗୋଲାମୁଣ୍ଡା ଅଞ୍ଚଳର ୨୦ ବର୍ଷର ଯୁବକ ।

Advertisment

ତେବେ ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଭୁବନେଶ୍ୱରର ବୋଲି ସ୍ପଷ୍ଟ ହୋଇଛି । ସମସ୍ତେ ଝାରପଡା ଅଞ୍ଚଳର । ୩ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩୭ ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ଦଣ କୁନି ଝିଅ ।

ସବୁଠାରୁ ବଡ କଥା ହେଲା ଝାରପଡାରେ ଏହି ଦୁଇ ଶିଶୁଙ୍କ ମଧ୍ୟରେ କରୋନା ପଡିଟିଭ ଚିହ୍ନଟ ହେବା ପରେ ରାଜ୍ୟର ପ୍ରଥମ ଥର ପାଇଁ ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଦୁଇ ଶିଶୁଙ୍କ ମଧ୍ୟରେ ଜଣଙ୍କର ବୟସ ୫ ବର୍ଷ ଥିବା ବେଳେ ଅନ୍ୟ ଜଣଙ୍କର ବୟସ ୯ ବର୍ଷ ଥିବା ସୂଚନା ମିଳିଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଝାରପଡା ଅଞ୍ଚଳର ଏହି ୩ ଆକ୍ରାନ୍ତ ୪୨ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।