ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ’ ୧୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏପ୍ରିଲ ୨୯ରୁ ମେ’ ୧୪ ଯାଏଁ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା । 

241

କନକ ବ୍ୟୁରୋ : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମେ ୧୫ ଜୁନ ୧୧ ଯାଏଁ ଚାଲିବ ପରୀକ୍ଷା । ସେହିପରି ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୧୪ ଯାଏଁ ଚାଲିବ । ଏହାସହ ଆଜି ରାଜ୍ୟ ସରକାର ଜାନୁଆରୀ ୮ରୁ ସ୍କୁଲ ଖୋଲିବ ବୋଲି ଘୋଷଣା କରିଛନ୍ତି ।

ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରସ୍ତୁତି ଓ ସର୍ବଭାରତୀୟ ସ୍ତରରେ ହେଉଥିବା ପ୍ରତିଯୋଗୀତା ପାଇଁ ପିଲାଙ୍କୁ ପ୍ରସ୍ତୁତି କରିବା ପାଇଁ ସ୍କୁଲ ଖୋଲାଯିବ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ସ୍କୁଲ ଚାଲିବ ।

ଶନିବାର ଓ ରବିବାରକୁ ମିଶାଇ ମୋଟ ୧୦୦ ଦିନ ଧରି ହେବ ପାଠପଢା । ପାଠପଢା ପାଇଁ ବିସ୍ତୃତ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ଏହି ଗାଇଡଲାଇନ ଅନୁସାରେ ବେସରକାରୀ ସ୍କୁଲ ମଧ୍ୟ ଖୋଲିବ । ସ୍କୁଲ ଖୋଲିବା ସହ କୋଭିଡ ଗାଇଡଲାଇନ ପାଳନ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।