କନକ ବ୍ୟୁରୋ: କରୋନା ପାଇଁ ବଳକା ଥିବା ଯୁକ୍ତ ଦୁଇ ପରୀକ୍ଷା ହେବ କି ନାହିଁ ସେନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ଥିବା ବେଳେ ଏହାଉପରୁ ପରଦା ହଟାଇଛି ଗଣଶିକ୍ଷା ବିଭାଗ । ସ୍ପଷ୍ଟ ଭାବେ କୁହାଯାଇଛି ଯେ, ପରୀକ୍ଷା ବନ୍ଦ ହେବାର ସମ୍ଭାବନା ନାହି ାଁ ଲକଡାଉନ୍ ହଟିବା ପରେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏବଂ ପରୀକ୍ଷାର ୭ ଦିନ ଆଗରୁ ଏନେଇ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ।
ଯୁକ୍ତ ଦୁଇରେ ବଳକା ଥିବା ପରୀକ୍ଷା
ବିଜ୍ଞାନ
ବାୟୋଲଜି, ଜୋଗ୍ରାଫି, ଷ୍ଟାଟିିଷ୍ଟିକ୍ସ
କଳା
ଜୋଗ୍ରାଫି, ଷ୍ଟାଟିଷ୍ଟିକ୍ସ, ଇକନୋମିକ୍ସ, ସୋସିଓଲୋଜି, ଲଜିକ
ବାଣିଜ୍ୟ
କଷ୍ଟ ଆକାଉଂଟାନ୍ସି, ରୁରାଲ ଡେଭୋଲପମେଂଟ, ଇନସୁରାନ୍ସ, ମ୍ୟାନେଜମେଂଟ ଆକାଉଂଟିଙ୍ଗ, କମ୍ପ୍ୟୁଟର ଆପ୍ଲିକେସନ
ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯୁକ୍ତ ଦୁଇର ବଳକା ଥିବା ସମସ୍ତ ପରୀକ୍ଷା ସାଙ୍ଗେ ସାଙ୍ଗେ କରାଯିବ । ଏବଂ ଫଳାଫଳ ମଧ୍ୟ ଶୀଘ୍ର ପ୍ରକାଶ ପାଇବ । ସେହିପରି ଲକଡାଉନ ସରିବାର ୭ ଦିନ ଭିତରେ ଆରମ୍ଭ ହେବ ଦଶମ ଶ୍ରେଣୀ ଖାତା ଦେଖା ଏବଂ ୪୫ ଦିନ ଭିତରେ ଖାତା ମୂଲ୍ୟାୟନ ସହ ଫଳ ପ୍ରକାଶ ପାଇବ ।
ମଙ୍ଗଳବାର ସବୁ ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ । ଲକଡାଉନ୍ ହଟିବା ପରେ ବାକିଥିବା ସମସ୍ତ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରମନ୍ତ୍ରୀ ସମସ୍ତ ଶିକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ହେବା ନେଇ ନିଷ୍ପତି ନେଇଛନ୍ତି ସରକାର । ସେହିପରି ସିବିଏସଇ ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷା କରିବାକୁ ନିଷ୍ପତି ନେଇଛି ।
Follow Us