୩ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ । ସବୁ କେନ୍ଦ୍ରରେ ସୁରକ୍ଷା ବଢାଇବା ପାଇଁ ନିର୍ଦ୍ଦେଶ

Advertisment
୩ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ । ସବୁ କେନ୍ଦ୍ରରେ ସୁରକ୍ଷା ବଢାଇବା ପାଇଁ ନିର୍ଦ୍ଦେଶ

କନକ ବ୍ୟୁରୋ : ଯୁକ୍ତ୨ ପରୀକ୍ଷାକୁ ଆଉ ତିନି ଦିନ ବାକି ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ୨୦୨ଟି ପରୀକ୍ଷା ପରିଚାଳନା ହବ୍‌ରେ ବନ୍ଧୁକଧାରୀ ପୁଲିସ ମୁତୟନ ସହ ପରୀକ୍ଷା ପରିଚାଳନା ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେଇ ଯାଉଥିବା ଗାଡ଼ି ଏବଂ ଉତ୍ତର ଖାତା ଆଣି ଆସୁଥିବା ଗାଡ଼ିଗୁଡ଼ିକରେ ଏସ୍‌କର୍ଟ ବ୍ୟବସ୍ଥା କରିବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରରେ ଜିଲ୍ଲା ପ୍ରଶାସନର ପ୍ରତିନିଧି, ପୁଲିସ ଅଧିକାରୀ ଉପସ୍ଥିତ ରହିବେ। ଜିଲ୍ଲାପାଳ, ଏସ୍‌ପି, ସ୍ଥାନୀୟ ଅଞ୍ଚଳର ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରି ଏଦିଗରେ ପଦକ୍ଷେପ ନେବାକୁ ୧୧୪୩ଟି ପରୀକ୍ଷା କେନ୍ଦ୍ର ସୁପରିଟେନ୍‌ଣ୍ଡେଣ୍ଟ, ୨୦୨ ପରୀକ୍ଷା ପରିଚାଳନା ହବ୍‌ର ସୁପରଭାଇଜରକୁ କୁହାଯାଇଛି। ହବ୍‌ଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରିବା ସହ ୨୪ ଘଣ୍ଟିଆ ପୁଲିସ ବ୍ୟବସ୍ଥାକୁ ସୁନିଶ୍ଚିତ କରିବେ।

publive-image Dailyhunt

ଅନ୍ୟପକ୍ଷରେ କିଛି ପରୀକ୍ଷା କେନ୍ଦ୍ର ସିସିଟିଭି ଲଗାଇ ନାହାନ୍ତି। ସେମାନଙ୍କୁ କୁହାଯାଇଛି ଯେ ୨୮ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସିସିଟିଭି ଲଗାଇବା ନେଇ ପରୀକ୍ଷା କେନ୍ଦ୍ରଗୁଡ଼ିକ ନିଜସ୍ବ ଘୋଷଣା କରିବାକୁ କୁହାଯାଇଥିଲା। ଯେଉଁମାନେ ସିସିଟିଭି ଲଗାଇ ନାହାନ୍ତି କି ପାୱାର ବ୍ୟାକ୍‌ ରଖିନାହାନ୍ତି ସେମାନଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଚେତା‌ବନୀ ଦିଆଯାଇଛି। ଏଥର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି। ସେମାନଙ୍କ ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଲେଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe