କନକ ବ୍ୟୁରୋ : ଏପ୍ରିଲ ୮ରୁ ଯୁକ୍ତ୨ ଖାତାଦେଖା। ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ଏକାଥରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ବିଭାଗ ବିଷୟର ମାନୁଆଲ୍ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୮ରୁ ୨୨ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ଖାତା ଦେଖା ହେବ। ଗତବର୍ଷ ଅପେକ୍ଷା ଏଥର ୪ ଦିନ ବିଳମ୍ବରେ ଖାତା ଦେଖା ଆରମ୍ଭ ହେବାକୁ ଥିବାରୁ ମେ’ ପ୍ରଥମ ସପ୍ତାହ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।
/kanak/media/post_attachments/wp-content/uploads/2017/05/exam-result.jpg)
ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରାୟ ଏକ ଲକ୍ଷ ୩୦ ହଜାର ପରୀକ୍ଷାର୍ଥୀଙ୍କର ସାଢେ ୭ ଲକ୍ଷ ଉତ୍ତର ଖାତାର ଇ-ମୂଲ୍ୟାୟନ ହେବ। ଏଥିସହ କଳା ବିଭାଗର କମନ୍ ପେପର୍ ଯଥା ଅନ୍ୟାନ୍ୟ ଏମ୍ଆଇଏଲ୍, ଗଣିତ, ଷ୍ଟାଟିଷ୍ଟିକ୍ସ, ଭୂଗୋଳ, ଆଇଟି ଆଦି ବିଷୟର ଇ-ମୂଲ୍ୟାୟନ ହେବ। କଳା ବିଭାଗର ପ୍ରାୟ ୧୫ ଲକ୍ଷ ଉତ୍ତର ଖାତାର ମାନୁଆଲ ମୂଲ୍ୟାୟନ କରାଯିବ। ମାନୁଆଲ କେନ୍ଦ୍ର ଅଧୀନରେ ଇ-ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ରହିଛି। ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।