ଲକଡାଉନ୍ ପରେ ଯୁକ୍ତ ଦୁଇ ପରୀକ୍ଷା: ୭ ଦିନ ଆଗରୁ ଛାତ୍ରଛାତ୍ରୀମାନଙ୍କୁ କରାଯିବ ଅବଗତ; ରାଜ୍ୟ ସରକାରଙ୍କ ସଂକେତ ମିଳିବା ପରେ ପରୀକ୍ଷା ହେବା ନେଇ କହିଲେ ମନ୍ତ୍ରୀ

ପରୀକ୍ଷା ବନ୍ଦ ହେବାର ସମ୍ଭାବନା ନାହିଁ

1,996

କନକ ବ୍ୟୁରୋ: କରୋନା ସଂକଟ ଭିତରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ ଖବର । ଲକଡାଉନ ଉଠିବାର ୭ ଦିନ ଭିତରେ ହିଁ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ, କରୋନା ମୁକାବିଲା ନେଇ ରାଜ୍ୟରେ ତାଲାବନ୍ଦ କଟକଣା ଜାରି ହେବା ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ତେବେ ଲାତାବନ୍ଦ ଉଠିବା ପରେ ପରେ ହିଁ ପରୀକ୍ଷା କରାଯିବ । ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ପୂରା ପ୍ରସ୍ତୁତି ସରିଛି । ତେବେ ଲକଡାଉନ ସରିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା ତାରିଖ ଘୋଷଣା କରାଯିବା ନେଇ କହିଛନ୍ତି ସମୀର ଦାଶ । ସେହିପରି ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ସବନିମ୍ନ ୭ ଦିନ ଆଗରୁ ସୂଚନା ଦିଆଯିବ ।

ତେଣୁ ଛାତ୍ରାଛାତ୍ରୀ କିମ୍ବା ଅଭିଭାବକ ଏଥିରେ ଦ୍ୱାନ୍ଦ୍ୱରେ ରହିବା ଦରକାର ନାହିଁ । ପରୀକ୍ଷା ବନ୍ଦ ହେବାର ବର୍ତ୍ତମାନ କୌଣସି ସମ୍ଭାବନା ନାହିଁ । କାରଣ ଯଦି ପରୀକ୍ଷା ବିଳମ୍ବ ହୁଏ ତେବେ ପିଲାମାନେ ଠିକରେ କଲେଜରେ ନାମ ଲେଖାଇପାରିବେ ନାହିଁ । ଏନେଇ ଗତକାଲି କେନ୍ଦ୍ର ମନ୍ତ୍ରୀ ମଧ୍ୟ ଲକଡାଉନ ପରେ ସିବିଏସଇର ପରୀକ୍ଷା ହେବା ନେଇ ସୂଚନା ଦେବା ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।