ସୋର ଓ ଜଳେଶ୍ୱର ବିଧାୟକଙ୍କୁ ପ୍ରତିଦ୍ୱନ୍ଦ୍ୱୀଙ୍କ ଚ୍ୟାଲେଞ୍ଜ । ହାଇକୋର୍ଟରେ ରୁଜୁ ହେଲା ଦୁଇ ନିର୍ବାଚନୀ ମୋକଦ୍ଦମା, ଜାଣନ୍ତୁ କଣ ରହିଛି ପୂରା ଘଟଣା?

Advertisment
ସୋର ଓ ଜଳେଶ୍ୱର ବିଧାୟକଙ୍କୁ ପ୍ରତିଦ୍ୱନ୍ଦ୍ୱୀଙ୍କ ଚ୍ୟାଲେଞ୍ଜ । ହାଇକୋର୍ଟରେ ରୁଜୁ ହେଲା ଦୁଇ ନିର୍ବାଚନୀ ମୋକଦ୍ଦମା, ଜାଣନ୍ତୁ କଣ ରହିଛି ପୂରା ଘଟଣା?

କନକ ବ୍ୟୁରୋ : ହାଇକୋର୍ଟରେ ଦାଖଲ ହୋଇଛି ଦୁଇଟି ନିର୍ବାଚନୀ ପିଟିସନ। ସୋର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ପର୍ଶୁରାମ ଧଡା ଓ ଜଳେଶ୍ବରର ବିଜେପି ପ୍ରାର୍ଥି ବ୍ରଜମୋହନ ପ୍ରଧାନ ଏହି ଦୁଇ ପିଟିସନ ଦାଖଲ କରିଥିବା ଜଣାପଡିଛି। ସୋରରେ ବିଜୟୀ ହୋଇଥିବା ବିଜେଡିର ମାଧବ ଧଡା ଖଣି ଦୁର୍ନିତୀରେ ସମ୍ପୃକ୍ତ ହୋଇ ୯୬ ଲକ୍ଷ ଟଙ୍କାର ଫାଇନରୁ ମାତ୍ର ୨୦ ଲକ୍ଷ ପଇଠ କରିଥିବା ବେଳେ ବଳକା ୭୬ ଲକ୍ଷ ଟଙ୍କା ଏବେ ବି ତାଙ୍କ ଉପରେ ରହିଛି। ଏହା ସହ ଅନ୍ୟ ଏକ ଦୁର୍ନିତୀ ମାମଲାରେ ସୋର ତହସିଲଦାର ତାଙ୍କ ନାଁରେ ସାର୍ଟିଫିକେଟ କେସ କରିବାକୁ ସୁପାରିଶ କରିଥିଲେ ବୋଲି କୁହାଯାଇଛି ।

ସେହିଭଳି ଜଳେଶ୍ବରରେ ବିଜୟୀ ଅଶ୍ବିନୀ ପାତ୍ରଙ୍କର ନିର୍ବାଚନ ଓ କାଉଣ୍ଟିଂ ଏଜେଣ୍ଟ ଜଳେଶ୍ବର ବ୍ଲକର ଚେୟାରମେନ ରହିଥିଲେ। ନିର୍ବାଚନ ଆଇନ ଅନୁଯାୟୀ କୌଣସି ନିର୍ବାଚିତ ପ୍ରତିନିଧି ଏଜେଣ୍ଟ ରହିପାରିବେ ନାହିଁ। ଏହି ଆଧାରରେ ବିଜୟୀ ଅଶ୍ବିନୀ ପାତ୍ରଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ କୋର୍ଟରେ ଆବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe