ଦୁର୍ଘଟଣା ପରେ ଯୁଯୁମରାରେ ଚାଲିଛି ଗ୍ୟାସ ସ୍ଥାନାନ୍ତରଣ କାମ । ଗତକାଲି ଟ୍ରକ ସହ ଗ୍ୟାସରେ ଜଳିଯାଇଥିଲେ ଦୁଇ ଡ୍ରାଇଭର, ଲିକ୍ ହୋଇଥିଲା ଗ୍ୟାସ

ଦୁର୍ଘଟଣା ପରେ ଯୁଯୁମରାରେ ଚାଲିଛି ଗ୍ୟାସ ସ୍ଥାନାନ୍ତରଣ କାମ । ଗତକାଲି ଟ୍ରକ ସହ ଗ୍ୟାସରେ ଜଳିଯାଇଥିଲେ ଦୁଇ ଡ୍ରାଇଭର, ଲିକ୍ ହୋଇଥିଲା ଗ୍ୟାସ

କନକ ବ୍ୟୁରୋ: ସଂବଲପୁର ଯୁଯୁମରା ଥାନା ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଗ୍ୟାସ୍ ଟ୍ୟାଙ୍କରରୁ ଚାଲିଛି ଗ୍ୟାସ୍ ସ୍ଥାନାନ୍ତରଣ କାମ । ଗତକାଲି ଦୁର୍ଘଟଣା ପରେ ପରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଥିଲା । କୌଣସି ଅଘଟଣକୁ ଏଡାଇବାକୁ ଗତକାଲି ସାରା ଅଂଚଳକୁ ଖାଲି କରିଥିଲା ପୋଲିସ । ନିକଟରେ ଥିବା ୧୦ଟି ପରିବାରକୁ ସେହି ସ୍ଥାନରୁ ସ୍ଥାନାନ୍ତର କରାଯାଇଥିଲା । ସେହି ରୁଟ୍ ଦେଇ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଆଜି ସ୍ୱତନ୍ତ୍ର ଟିମ୍ ଆସିବା ପରେ ଭାରତ ପେଟ୍ରୋଲିୟମ ଗ୍ୟାସ୍ ବୋଝେଇ ଟାଙ୍କିରୁ ଗ୍ୟାସ୍ ଉଦ୍ଧାର କାମ ଚାଲିଛି ।

publive-image

ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ ସହିତ , ଗ୍ୟାସ୍ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇ ଗାଡିର ଡ୍ରାଇଭର ଜିଅନ୍ତା ଜଳି ଯାଇଥିଲେ । ମୃତ ଟ୍ୟାଙ୍କର୍ ଡ୍ରାଇଭର୍ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ରେଂଗାଲୋ ଗାଁର ଶ୍ୟାମ ସୁନ୍ଦର ପାଣି ବୋଲି ଜଣା ପଡ଼ିଛି। ସେହିପରି ମୃତ ଟ୍ରକ୍ ଡ୍ରାଇଭରଙ୍କ ନାମ ଦାନିସ୍ ଅଲୀ ଅନସାରି ଓ ସେ ଝାଡ଼ଖଣ୍ଡର ଲଟିହାଲ ନିବାସୀ ବୋଲି ପୁଲିସ ପ୍ରକାଶ କରିଛି। ଦୁର୍ଘଟଣା ପରେ ରାଜପଥ ଉପରେ ଗାଡ଼ି ଦୁଇଟି ଜଳୁଥିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଯୁଯୁମୁରା ଅଗ୍ନିଶମ ବାହିନୀ ଓ ଯୁଯୁମୁରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସମ୍ବଲପୁର ଓ ରେଢ଼ାଖୋଲ ଅଗ୍ନିଶମ ବାହିନୀ ମଧ୍ୟ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

publive-image

ତେବେ ସକାଳ ପ୍ରାୟ ୯ଟା ବେଳେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଥିବା ଜଣା ପଡ଼ିଥିଲା। ଗ୍ୟାସ୍ କାଢ଼ିବା ପାଇଁ ଉଦ୍ଦିଷ୍ଟ ୩ଟି ଭାଲଭ ମଧ୍ୟରୁ ଗୋଟିଏ ଭାଙ୍ଗି ଯାଇଥିବାରୁ ଗ୍ୟାସ୍ ବାହାରୁଥିଲା। ଏହା ଫଳରେ କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ପୁଲିସ୍ ତୁରନ୍ତ ଉଭୟ ପାର୍ଶ୍ବର ରାସ୍ତା ସିଲ୍ କରି ଯାନବାହାନ ଚଳାଚଳ ବନ୍ଦ କରିଥିଲା। ଭାରୀଯାନଗୁଡ଼ିକୁ କିଛି ଦୂରରେ ଅଟକାଯାଇଥିବା ବେଳେ ଛୋଟ ଗାଡ଼ି ପାଇଁ ଅନ୍ୟ ଏକ ଡାଇଭର୍ସନ ରାସ୍ତା ବାହାର କରା ଯାଇଥିଲା। ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସମ୍ବଲପୁରରୁ ୪୦ ଜଣ ଆଇଆରବି ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe