ଆସ୍କାରେ ଡବଲ ଏନକାଉଣ୍ଟର: ଭେଟନଲଠାରେ ଅପରାଧୀଙ୍କୁ ଗୁଳି କଲା ପୁଲିସ, ଦୁର୍ଦ୍ଦାନ୍ତ ଅପରାଧୀ କୃଷ୍ଣ ଜେନା ଓ ସୁନୀଲ ଜେନା ଆହତ

Advertisment
ଆସ୍କାରେ ଡବଲ ଏନକାଉଣ୍ଟର: ଭେଟନଲଠାରେ ଅପରାଧୀଙ୍କୁ ଗୁଳି କଲା ପୁଲିସ, ଦୁର୍ଦ୍ଦାନ୍ତ ଅପରାଧୀ କୃଷ୍ଣ ଜେନା ଓ ସୁନୀଲ ଜେନା ଆହତ

କନକ ବ୍ୟୁରୋ: ଆସିକା ପୁଲିସକୁ ବଡ ସଫଳତା । ଭେଟନଲ ପଲିମାଳ ନିକଟରେ ଡବଲ ଏନକାଉଂଟର କରିଛି ଆସିକା ପୁଲିସ । ଦୁଇ କୁଖ୍ୟାତ ଅପରାଧୀ କୃଷ୍ଣ ଜେନା ଓ ସୁନିଲ ଜେନାଙ୍କ ଏନକାଉଂଟର କରିଛି ପୁଲିସ । ଉଭୟଙ୍କ ଡାହାଣ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ଗତ ୩୧ ତାରିଖ ଦିନ ଆସିକାର ଯୁବ ବିଜେଡିନେତା ବାହନ ଲେଙ୍କାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଉଭୟଙ୍କ ସମ୍ପୃକ୍ତ ଥିବା ପୁଲିସ କହିଛି। ଦୁଇ ଅପରାଧୀଙ୍କ ଠାରୁ ୨ଟି ପିସ୍ତଲ, ୫ ରାଉଣ୍ଡ ଗୁଳି, ଓ ୨ଟି ବାଇକ ଜବତ କରିଛି ପୁଲିସ । ଉଭୟଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି ।

publive-image

ସୂଚନା ଅନୁଯାୟୀ, ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଟନଲ ନିକଟସ୍ଥ ପଲିମାଳ ଠାରେ ସୁନୀଲ ଜେନା ଓ କୃଷ୍ଣ ଜେନା ଏକ ବାଇକ୍ ଯୋଗେ ଯାଉଥିବା ସୂଚନା ପାଇ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ଅଭିଯୁକ୍ତ ଦ୍ୱୟ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥିଲେ। ଏହାର ଜବାବରେ ପୁଲିସ ପାଲଟା ଗୁଳି ଚଳାଇଥିଲା। ଫଳରେ ଦୁଇଟି ଗୁଳି ଦୁଇ ଅଭିଯକ୍ତଙ୍କ ଡାହାଣ ଗୋଡରେ ବାଜିଥିଲା। ଉଭୟ ଭାରସାମ୍ୟ ହରାଇ ଗାଡ଼ିରୁ ପଡ଼ିଯିବା ପରେ ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe