କେରଳ ଭୂସ୍ଖଳନରେ ୨ ଡାକ୍ତର ନିଖୋଜ ; ଦୁଇ ଡାକ୍ତର କଟକ ଚୌଦ୍ୱାର ଅଞ୍ଚଳର

କେରଳ ଭୂସ୍ଖଳନରେ ୨ ଡାକ୍ତର ନିଖୋଜ ; ଦୁଇ ଡାକ୍ତର କଟକ ଚୌଦ୍ୱାର ଅଞ୍ଚଳର

କନକ ବ୍ୟୁରୋ: କେରଳରେ ଭୟଙ୍କର ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତର ନିଖୋଜ। ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା। ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇବା ପରେ ଚିନ୍ତାରେ ପରିବାର।

କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ। ତେବେ ବିଳମ୍ବିତ ରାତିରେ ହଠାତ୍ ଭୂସ୍ଖଳନ ହୋଇଥିଲେ। ଯାହା ପରେ ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି। ସେପଟେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମଧ୍ୟ କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି। ଏପଟେ ଘଟଣାରେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ବିଷ୍ଣୁଙ୍କ ପରିବାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe