ମାତିଲେ ଗଜରାଜ ! ଶୋଇଥିବା ବେଳେ ୨ ଜଣଙ୍କୁ ଘରୁ ଟାଣିନେଇ ପାଦରେ ଦଳି ଦେଲା ହାତୀ , ୨ ମୃତ

ମାତିଲେ ଗଜରାଜ ! ଶୋଇଥିବା ବେଳେ ୨ ଜଣଙ୍କୁ ଘରୁ ଟାଣିନେଇ ପାଦରେ ଦଳି ଦେଲା ହାତୀ , ୨ ମୃତ

କନକ ବ୍ୟୁରୋ : ଘରୁ ଟେକି ନେଇ ପାଦରେ ଦଳିଦେଲା ହାତୀ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମୋଚିବାହାଲ ବନାଞ୍ଚଳ ଅନ୍ତର୍ଗତ ମାକରକେନ୍ଦା ଗାଁରେ ହାତୀ ଆତଙ୍କ। ଘରେ ଶୋଇଥିବା ଅବସ୍ଥାରେ ଦୁଇଟି ପରିବାରର ଦୁଇଜଣଙ୍କୁ ହାତୀ ଟାଣି ନେଇ ପାଦରେ ଦଳି ଅତି ବୀଭତ୍ସଭାବେ ହତ୍ୟା କରିଛି। ମୃତକ ଦ୍ୱୟ ହେଲେ ଗ୍ରାମର ଶମ୍ଭୁ ଭୋଇ ଓ ସେବତୀ ଭୋଇ । ଉଭୟ ମହିଳା ଓ ପୁରୁଷ ସେମାନଙ୍କ ଘର ଭିତରେ ଶୋଇଥିବା ବେଳେ ହାତୀ ଘର ଭାଙ୍ଗି ଭିତରେ ପଶି ସେମାନଙ୍କୁ ଶୁଣ୍ଢରେ ଟାଣି ନେଇ ପାଦରେ ଦଳି ଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିବା ପରେ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ଓ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମାକରକେନ୍ଦା ଗାଁ ଭିତରେ ଗତକାଲି ବିଳମ୍ବିତ ରାତିରେଏକ ହାତୀ ପଲ ପଶିଥିଲେ। ଏହି ହାତୀପଲ ବିଳମ୍ବିତ ରାତିରେ ଗାଁରେ କେତେକ ଲୋକଙ୍କ ଘର ଭାଙ୍ଗି ଭିତରେ ପଶିବା ସହିତ ଦୁଇଜଣଙ୍କୁ ହତ୍ୟା କରିବା ପରେ ପୁଣି ଗାଁ ପାଖ ଜଙ୍ଗଲକୁ ଚାଲି ଯାଇଛନ୍ତି। ତେବେ ଏହି ହାତୀ ପଲଙ୍କୁ ଗାଁ ପାଖରୁ ଦୂରକୁ ଘଉଡ଼ାଇବା ପାଇଁ ବନବିଭାଗ ଉପଯୁକ୍ତ ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe